ମୟଙ୍କ ଅଗ୍ରଓ୍ୱାଲଙ୍କଠାରୁ ଅରେଞ୍ଜ୍ କ୍ୟାପ୍ ଛଡାଇ ଆଣିଲେ ରାହୁଲ, ଚହଲଙ୍କ ପାଖରେ ଅଛି ପର୍ପଲ୍ କ୍ୟାପ୍

Published By : Prameya-News7 Bureau | October 05, 2020 IST

ଦୁବାଇ, ୦୫ ।୧୦:   କିଙ୍ଗସ୍ ଏକଦାଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ ନିଜ ଦଳର ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରଓ୍ୱାଲଙ୍କଠାରୁ ଅରେଞ୍ଜ୍ କ୍ୟାପ୍ ହାସଲ କରିଛନ୍ତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ପିନର ୟୁଜବେନ୍ଦ୍ର ଚହଲ ପର୍ପଲ୍ କ୍ୟାପ୍ ନିଜ ନାମରେ କରିଛନ୍ତି ।

ରାହୁଲ ରବିବାର ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ୬୩ ରନ୍ କରିଥିଲେ । ଏହି ସ୍କୋର୍ ପରେ ସେ ମୟଙ୍କ ଅଗ୍ରଓ୍ୱାଲଙ୍କଠାରୁ ଅରେଞ୍ଜ୍ କ୍ୟାପ୍ ନେଇ ଆସିଛନ୍ତି । ରାହୁଲ ୫ଟି ମ୍ୟାଚରେ ୩୦୨ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି ।

ରାହୁଲଙ୍କ ପଛରେ ଫାପ୍ ଡୁପ୍ଲେସିସ୍ ରହିଛନ୍ତି । ସେ ୫ଟି ମ୍ୟାଚରେ ୨୮୨ ରନ୍ କରିଛନ୍ତି । ରବିବାର ଡୁପ୍ଲେସିସ୍ ୮୭ ରନ୍ କରିଥିଲେ . ସେ ସେନ୍ ଓ୍ୱାଟସନଙ୍କ ସହ ମିଶି ପ୍ରଥମ ଓ୍ୱିକେଟରେ ୧୮୧ ରନ୍‌ର ପାର୍ଟନରସିପ୍ କରିଥିଲେ । ଏହି ମ୍ୟାଚ୍ ଚେନ୍ନାଇ ୧୦ ଓ୍ୱିକେଟରେ ଜିତି ନେଇଥିଲା ।

{"id":339074,"sizeSlug":"large"}

ବୋଲର ତାଲିକାରେ ଚହଲ ସବୁଠାରୁ ଆଗରେ ରହିଛନ୍ତି । ସେ ୪ଟି ମ୍ୟାଚରୁ ୮ଟି ଓ୍ୱିକେଟ୍ ନେଇଛନ୍ତି । ଚହଲଙ୍କ ସହ କିଙ୍ଗସ୍ ଏକାଦସ ପଞ୍ଜାବର କୋଙ୍ଗିସା ରାବଡା ଓ ମୁମ୍ବାଇ ଟ୍ରେଣ୍ଟ୍ ବୋଲଟ୍ ମଧ୍ୟ ରହିଛନ୍ତି । ଏହି ଦୁଇ ଖେଳାଳି ମଧ୍ୟ ୮ଟି ଓ୍ୱିକେଟ୍ ନେଇଛନ୍ତି । କିନ୍ତୁ ଭଲ ଆଭରେଜ କାରଣରୁ ଚହଲ ଆଗରେ ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.