Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୨୭ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ, ଚିଲିକା ଉପରେ ଖଣ୍ଡିଆଭୂତ

23/09/2019 at 4:19 PM

ଭୁବନେଶ୍ବର ୨୩|୯: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ୨୪ ତାରିଖ  ଆଡକୁ   ଲଘୁଚାପରେ ପରିଣତ ହୋଇପାରେ । ପ୍ରଭାବରେ ରାଜ୍ୟରେ ଆସନ୍ତା  ୨୭ ତାରିଖ  ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ପଶ୍ଚିମ  କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର  ଆନ୍ଧ୍ର ଉପକୁଳ  ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ   ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ । ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବଢିବ ବର୍ଷା।  ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ଅନ୍ୟ ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହା ସହ ବଙ୍ଗୋପ ସାଗରରୁ ସ୍ଥଳ ଭାଗ ଆଡକୁ  ଅଧିକ ବେଗରେ  ଥଣ୍ଡା ପବନ ବହିବ।

ଆସନ୍ତା ୨୫ ଓ ୨୬ ତାରିଖ ପର୍ଯ୍ୟନ୍ତ  ପାଣିପାଗ ବିଭାଗ ପକ୍ଷରୁ  ଅରେଂଜ  ଆଲର୍ଟ ଜାରି କରାଯାଇଛି।  ସମୁଦ୍ରପତ୍ତନଠାରୁ  ୭.୬ କିଲୋମିଟର ଉପରେ   ଘୁର୍ଣ୍ଣି ବଳୟ ରହିଛି।  ଆସନ୍ତା ୨୪ ତାରିଖ​‌ରେ  ଗଂଜାମ,  ପୁରୀ,  ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ବାଲେଶ୍ବର ଭଦ୍ରକ, କେନ୍ଦ୍ରପଡା  ଜଗତସଂହପୁରରେ  ବର୍ଷା ହେବା ନେଇ  ଆକଳନ ଲଗାଇଛି ପାଣିପାଗ ବିଭାଗ।

୮ ଜିଲ୍ଲାରେ ଘଡ଼ଘଡ଼ି  ସହ  ବର୍ଷା ହେବା ନେଇ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି।  -ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ବରରେ ଘଡଘଡିସହ ବର୍ଷା​‌ ହେବ। ଆସନ୍ତା ୨୪ ତାରିଖ ଠାରୁ  ବର୍ଷା ବଢିବ। ସେପଟେ  ଆରବ  ସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟା   ହିକାର  ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ହେଲେ ଏହାର ପ୍ରଭାବରେ  ବଙ୍ଗୋପ ସାଗରରୁ   ଆରବ  ସାଗର ଆଡକୁ  ପବନ  ଗତି କରିବ। ଆରବ ସାଗରର ଭେରାବଲ ଠାରୁ  ୪୯୦ କିଲୋମିଟର  ପଶ୍ଚିମ ଓ ଦକ୍ଷିଣ- ପଶ୍ଚିମ  ଆଡୁକ ଘୂର୍ଣ୍ଣିବଳୟ ଗତି କରୁଛି। ସ୍ଥଳ ଭାଗରେ  ଉତ୍ତାପ  ଓ   ଉପର ବାୟୁ  ମଣ୍ଡଳରେ ଅଦ୍ରତା ବଢିଥିବାରୁ ଚିଲିକା ଉପରେ  ଖଣ୍ଡଆ ଭୁତ  ଭଳି ଘୁର୍ଣ୍ଣିବାୟୂ ଦେଖାଦେଇଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରେ ସବୁଠାରୁ ଅଧିକ ୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପିପିଲିରେ ୪୮ ମିମି ଓ ତାଳଚେରରେ ୪୦ ମିମି ବର୍ଷା ହୋଇଛି।

   Related Posts