ବଙ୍ଗୋପସାଗରରେ ଲଘୁଚାପ : ୩ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅରେଞ୍ଜ ଆଲର୍ଟ ଜାରି

Published By : Prameya-News7 Bureau | July 27, 2019 IST

ଭୁବନେଶ୍ବର ୨୭|୭:  ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସପ୍ତାହେ ଯାଏଁ ବର୍ଷାରୁ ନିସ୍ତାର ନାହିଁ । ଉପକୂଳରୁ ଉପାନ୍ତ, ମାଲକାନଗିରିରୁ ମୟୂରଭଞ୍ଜ  ସବୁଠି ଲାଗି ବର୍ଷା ଲାଗି ରହିଛି । ୨୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ବରଗଡର, ସୋନପୁର ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ସେହିପରି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଞ୍ଜ, କୋରାପୁଟ ଓ ବୌଦ୍ଧରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୫୦ରୁ ୬୦ କିଲୋମିଟର ବେଗରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ସେହିପରି ୩୧ ତାରିଖ ଆଡ଼କୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅଗଷ୍ଟ ୮ ଯାଏଁ ବର୍ଷା ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.