ତମାଖୁ ସେବନ କରି ଆପଣଙ୍କ ଦାନ୍ତ ଖରାପ ହୋଇଯାଇଛି କି? ତେବେ ଅବଲମ୍ବନ କରନ୍ତୁ ଏହି ଉପାୟ
28/03/2019 at 12:28 PM

ଜୟପୁର ୨୮/୩: ଭାରତରେ ବସବାସ କରୁଥିବା ଲୋକଙ୍କ ବହୁତ ଅଲଗା ଅଲଗା ସଉକ ରହିଛି। ଏଠାରେ ଖରାପ ଅଭ୍ୟାସକୁ ଲୋକେ ବହୁତ ଶୀଘ୍ର ଗ୍ରହଣ କରିଥାଆନ୍ତି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ଖରାପ ଅଭ୍ୟାସ ହେଲା ତମାଖୁ ସେବନ। ଆଜିକାଲି ବହୁତ କମ୍ ବୟସର ଲୋକେ ଏହି ଖରାପ ଅଭ୍ୟାସକୁ ନିଜର ନିତିଦିନିଆ ଅଭ୍ୟାସରେ ପରିଣତ କଲେଣି। ଏହି ତମାଖୁ ସେବନ ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ହୋଇଥାଏ।

ତମାଖୁ ସେବନ କରିବାର ଆଉ ଏକ ସମସ୍ୟା ହେଉଛି ତାଙ୍କର ଅସୁନ୍ଦର ଦାନ୍ତ ଦେଖି ମନରେ ଘୃଣା ଭାବ ଆସିଥାଏ। କେହି ତାଙ୍କ ସହ କଥା ମଧ୍ୟ ହୋଇ ନଥାନ୍ତି। ଏହା ତାଙ୍କ ପାଇଁ ଏକ ଲଜ୍ଜାଜନକ ସ୍ଥିତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ମୁକ୍ତି ପାଇବା

ଆପଣଙ୍କୁ ଏଥିପାଇଁ ଓରାଲ କ୍ଲିନ୍ କରିବାକୁ ପଡ଼ିବ। ଓରାଲ କ୍ଲିନ୍ ଅର୍ଥ ଦୁଇ ଥର ବ୍ରଶ୍ କରିବା,ମାଉଥ ଓ୍ବାଶ୍ ଏବଂ ଦିନକୁ ଥରେ ଫ୍ଲାସ୍ କରିବା ଆବଶ୍ୟକ। ଯାହା ଦ୍ବାରା ଆପଣଙ୍କ ଦାନ୍ତ ସଫା ହୋଇଥାଏ।

ଦାନ୍ତକୁ ସଫା ରଖିବାକୁ ହେଲେ ଆପଣଙ୍କୁ କେତେକ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଯାହା ଫଳରେ ଆପଣଙ୍କ ଦାନ୍ତ ସଫା ରହିଥାଏ। ଦାନ୍ତକୁ ସଫା କରିବା ପାଇଁ ୧ମିନିଟ୍ ଯାଏଁ ବେକିଙ୍ଗ୍ ସୋଡ଼ାରେ ଥଣ୍ଡା ପାଣି ମିଶାନ୍ତୁ। ୧-୨ ସପ୍ତାହ ଯାଏଁ ଏପରି କରିବା ଦ୍ବାରା ଆପଣଙ୍କୁ ଫରକ ଅନୁଭବ ହେବ। ଏହାପରେ ଏପରି କରିବା କମ୍ କରିଦିଅନ୍ତୁ କାରଣ କୈାଣସି ଜିନିଷ ବେଶୀ କରିବା ଆଦୈା ଅନୁଚିତ୍।