Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଟିକ୍‌ଟକ୍‌କୁ କିଣି ପାରିଲାନି ମାଇକ୍ରୋସଫ୍ଟ, ଓରାକଲ ପାଇଁ ରାସ୍ତା ସଫା

14/09/2020 at 1:19 PM

ନୂଆଦିଲ୍ଲୀ ୧୪/୦୯ : ଟିକ୍‌ଟକ୍‌କୁ ମାଇକ୍ରୋସଫ୍ଟ କିଣି ପାରିବନାହିଁ । ଟିକ୍‌ଟକ୍‌ ମାଇକ୍ରୋସଫ୍ଟର ପ୍ରସ୍ତାବକୁ ଖାରଜ କରିଛି । ମାଇକ୍ରୋସଫ୍ଟ କହିଛି ଯେ, ଲୋକପ୍ରିୟ ଭିଡିଓ ମେକିଙ୍ଗ୍ ଆପ୍ ଟିକ୍‌ଟକ୍‌କୁ ଆମେରିକୀୟ ଅପରେସନ୍ସକୁ କିଣିବା ପ୍ରସ୍ତାବକୁ ଟିକ୍‌ଟକ୍‌ ଖାରଜ କରି ଦେଇଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରାଇଟର୍ସ ଏହି ମାମଲା ସହ ଜଡିତ ଲୋକଙ୍କ ଉଦ୍ଦେଶ୍ୟରେ କହିଛି ଯେ ଓରାକଲ୍ ଟିକ୍‌ଟକ୍‌କୁ କିଣି ସାରିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟିକ୍‌ଟକ୍‌କୁ ବିକ୍ରି କରିବାକୁ କିମ୍ବା ବନ୍ଦ କରିବାକୁ ସେପ୍ଟମ୍ବର ୨୦ ତାରିଖ ଯାଏଁ ସମୟ ସୀମା ନିର୍ଧାରିତ କରିଥିଲେ । ଟ୍ରମ୍ପ ପ୍ରଶାସନ ଲଗାତାର ଦାବି କରିଆସୁଛି ଯେ ଟିକଟକ ସମେତ ଅଧିକାଂଶ ଚାଇନିଜ୍ ଆପ୍ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ।

ଟିକ୍‌ଟକ୍‌କୁ କିଣିବା ପାଇଁ ମାଇକ୍ରୋସଫ୍ଟ ଓ ଓରାକଲ୍ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ଥିଲେ । ଓରାକଲ୍ ବୋଲି ଲଗାଇ ଟିକ୍‌ଟକ୍‌କୁ କିଣିଛି । ପୂର୍ବ ରିପୋର୍ଟ ଅନୁଯାୟୀ, ଓରାକଲ୍ ଜେନେରାଲ ଆଟ୍ଲାଣ୍ଟିକ୍ ଓ ସିକୋଇୟା କ୍ୟାପିଟାଲ୍ ସହିତ ନିବେଶ ଫର୍ମ ସହ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଟିକ୍‌ଟକ୍‌ ବ୍ୟବସାୟକୁ କିଣିବାକୁ ଗମ୍ଭୀରତାର ସହ ବିଚାର କରୁଥିଲା ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟରେ କୁହାଯାଇଛି ଓରାକଲ୍ରେକୁ ଟିକଟକର ଟେକ୍ନିକାଲ ଅଂଶୀଦାର ଘୋଷଣା କରାଯିବ । ଏହି ସଉଦାକୁ ସମ୍ପୂର୍ଣ ବିକ୍ରି କୁହାଯିବ ନାହିଁ । ଏହା ପୂର୍ବରୁ ୱାଲମାର୍ଟ ଏହି ଅଧିଗ୍ରହଣରେ ମାଇକ୍ରୋସଫ୍ଟ ସହ ଅଂଶଧନ ପାଇଁ ଇଚ୍ଛା ଜାହିର କରିଥିଲା । ୱାଲମାର୍ଟ ରବିବାର ଦିନ କହିଥିଲା ଯେ, ଟିକଟକରେ ବିନିଯୋଗ କରିବାକୁ ସେ ଇଛୁକ ଏବଂ ଏ ସମ୍ପର୍କରେ ବାଇଟଡାନ୍ସ ଓ ଅନ୍ୟ ପକ୍ଷ ସହ କଥାବାର୍ତ୍ତା କରୁଛି ।

   Related Posts