ବ୍ଲାକ ଫଙ୍ଗସ ପରେ ସାମ୍ନାକୁ ଆସିଲା ଅପ୍ଟିକ୍ ନ୍ୟୁରାଇଟିସ୍ ରୋଗ: ଡାକ୍ତରଙ୍କ ଦାବି, ସାରା ବିଶ୍ୱରେ ଏହା ପ୍ରଥମ ମାମଲା

Published By : Prameya-News7 Bureau | June 21, 2021 IST

କାନପୁର ୨୧/୦୬ : କରୋନା ଯେଉଁଭଳି ନିଜର ରୂପ ବଦଳାଉଛି, ଠିକ୍ ସେହିପରି ବର୍ତ୍ତମାନ ନୂଆ ନୂଆ ରୋଗ ଲୋକଙ୍କୁ ଆକ୍ରାନ୍ତ କରୁଛି। କାନପୁର ସ୍ଥିତ ଲାଲା ଲଜପତ ରାୟ ହସ୍ପିଟାଲରେ ବ୍ଲାକ ଫଙ୍ଗସରେ ପୀଡିତ ଜଣେ ରୋଗୀଙ୍କ ଠାରେ ଅପ୍ଟିକ୍ ନ୍ୟୁରାଇଟିସ୍ ନାମକ ଏକ ରୋଗ ଦେଖିବାକୁ ମିଳିଛି। ସାରା ବିଶ୍ୱରେ ଏହି ରୋଗର ଏହା ପ୍ରଥମ ମାମଲା ବୋଲି ଡାକ୍ତର କହିଛନ୍ତି। ଏହି ନୂଆ ରୋଗ ସାମ୍ନାକୁ ଆସିବା ପରେ ଡାକ୍ତର ରୋଗୀର ଚିକିତ୍ସା ପାଇଁ ଚିନ୍ତିତ ହୋଇପଡିଛନ୍ତି।

ଏହି ମାମଲା ସାମ୍ନାକୁ ଆସିବା ପରେ ଦାବି କରାଯାଇଛି ଯେ ଏହା ଦେଶ ନୁହେଁ ବରଂ ଦୁନିଆର ପ୍ରଥମ ଏପରି ମାମଲା ଯେଉଁଥିରେ ରୋଗୀର ଆଖିର ଶିରା ଫୁଲିଯାଏ। ସ୍ନାୟୁ ନଷ୍ଟ ହୋଇଗଲେ ଆଖିର ଦୃଷ୍ଟି ଶକ୍ତି ଚାଲିଯାଏ। ଲାଲା ଲଜପତ ରାୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀର ଚିକିତ୍ସା ସହ ଡାକ୍ତର ଏହା ଉପରେ ଗବେଷଣା ମଧ୍ୟ ଆରମ୍ଭ କରିଛନ୍ତି।

ପ୍ରଥମ ମାମଲା ହେତୁ ପୀଡିତାଙ୍କ ଚିକିତ୍ସାକୁ ନେଇ ଡାକ୍ତର ଦ୍ୱନ୍ଦ୍ୱରେ ଅଛନ୍ତି। ଏହି ମାମଲାକୁ ଅନ୍ତର୍ଜାତୀୟ ଜେନେରାଲରେ ପ୍ରକାଶ କରିବା ପାଇଁ ଡାକ୍ତର କାଗଜପତ୍ର ସମ୍ବନ୍ଧୀୟ ସବୁ କାମ ପୁରା କରିଛନ୍ତି। ୨୦ ଦିନ ପୂର୍ବରୁ ୩୭ ବର୍ଷୀୟ ଆଶିଷଙ୍କୁ ଲାଲା ଲଜପତ ରାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଠାରେ ଅପ୍ଟିକ୍ ନ୍ୟୁରାଇଟିସ୍ ଚିହ୍ନଟ ହୋଇଛି। ଏହା ଫଳରେ ତାଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଛି। ଡାକ୍ତରମାନେ ଦାବି କରିଛନ୍ତି ଯେ ଅପ୍ଟିକ୍ ନ୍ୟୁରାଇଟିସର ଏହା ପ୍ରଥମ ମାମଲା।

ଆଶିଷଙ୍କ ମାମଲା ବ୍ଲାକ ଫଙ୍ଗସର ଏକ ନୂଆ ପ୍ରଭାବ ଉଜାଗର କରିଛି। ଯେଉଁଥିରେ ଫଙ୍ଗଲ ସଂକ୍ରମଣରେ ଆଖିର ଶିରା ଫୁଲିଯାଏ। ହସ୍ପିଟାଲର ଚକ୍ଷୁ ବିଭାଗ ଅଧ୍ୟକ୍ଷ ଡାକ୍ତର ପରଭେଜ କହିଛନ୍ତି ଯେ ଏଠି ମାମଲାରୁ ଜଣାପଡିଛି ଯେ ବ୍ଲାକ ଫଙ୍ଗସ କେବଳ ରକ୍ତ ଦ୍ୱାରା ନୁହେଁ ବରଂ ଶିରା ଜରିଆରେ ମଧ୍ୟ ମସ୍ତିସ୍କରେ ପହଞ୍ଚିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.