ରାମକୋ ସିମେଣ୍ଟ କାରଖାନା ଉତ୍ପାଦନକ୍ଷମ ହେଲା, ଓପିଟିସିଏଲର ୧୩୨ କେଭି ବିଦ୍ୟୁତ ଲାଇନରୁ କରାଗଲା ଶକ୍ତି ସଂଯୋଗ

Published By : Prameya-News7 Bureau | August 02, 2020 IST

ଧର୍ମଶାଳା, ୦୨|୦୮: ଓଡ଼ିଶା ସରକାରଙ୍କ ଶିଳ୍ପ ନୀତିର ଯଥାର୍ଥ ରୂପାୟନ ସହ ଆଉ ଏକ ସଫଳ ଶିଳ୍ପ କାର୍ଯ୍ୟକ୍ଷମ ହେଇଛି । ଶିଲ୍ପ ଲାଗି ଅପରିହାର୍ଯ୍ୟ ଶକ୍ତି  ଯୋଗାଣ  ବା ଶକ୍ତି ସଂଯୋଗ ଦ୍ବାରା ସମ୍ଭାବନାର ଦିଗ ଅଧିକ ସଂପ୍ରସାରିତ ହୋଇଛି । ଏହି ଗୁରୁତ୍ବପୂର୍ଣ୍ଣ  ଶକ୍ତି ସଂଯୋଗରେ ଯାଜପୁର ହରିଦାସ୍ଥିତ ରାମକୋ ସିମେଣ୍ଟ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହେବା ପରେ ଉତ୍ପାଦନକ୍ଷମ ହୋଇଛୁ । ଯାଜପୁର ରୋଡ- କେନ୍ଦ୍ରାପଡ଼ା ୧୩୨ କେଭି ଡିସି ବିଦ୍ୟୁତ ଲାଇନରୁ ୧୩୨ କେଭି ସ୍ବିଚିଂ ଷ୍ଟେସନ ଏବଂ ୧୩୨ କେଭି ଲିଲୋ ଲାଇନର ଏନର୍ଜାଇଜେସନ କରାଯାଇଛି । ରବିବାର ଦିନ ଓପିଟିସିଏଲର ଅର୍ଥ ନିର୍ଦ୍ଦେଶକ ସମୀର କୁମାର ସ୍ୱାଇଁ ଏହି ଶକ୍ତି ସଂଯୋଗର ଲୋକାର୍ପଣ କରିଛନ୍ତି ।

{"id":308897,"width":746,"height":497,"sizeSlug":"large"}

ଓପିଟିସିଏଲର  ସିନିୟର ଜେନେରାଲ ମ୍ୟାନେଜର ଶକ୍ତି ଦାଶ ଓ  ସିନିୟର ଜେନେରାଲ ମ୍ୟାନେଜର() ଅପରେସନ ସ୍ୱରୂପ ହରିଚନ୍ଦନ ଏବଂ ଏକେ ଦାସ ଆସୋସିଏଟ୍ସ ପ୍ରାଇଭେଟ ଲିମିଟେଡ ଅମୀୟ ଦାସଙ୍କ ଉପସ୍ଥିତିରେ ଏହି ଶକ୍ତି ସଂଯୋଗ କାର୍ଯ୍ୟ ସଂପାଦିତ ହୋଇଛି । ହରିଦାସପୁର ସ୍ଥିତ ରାମକୋ ସିମେଣ୍ଟ କାରଖାନାକୁ ଏହି ବିଦ୍ୟୁତ ଲାଇନରୁ ୯ ଏମଭିଏ ଶକ୍ତି ଯୋଗାଣର ସଂଯୋଗ କରାଯାଇଛି । ଫଳରେ ସିମେଣ୍ଟ କାରଖାନା ଉତ୍ପାଦନକ୍ଷମ ହୋଇଛି । କୋଭିଡ ଜନିତ ଅସାଧାରଣ ସ୍ଥିତିରେ  ବିଭିନ୍ନ ପ୍ରତିକୂଳ ସ୍ଥିତିରେ ମଧ୍ୟ ଧାର୍ଯ୍ୟ ସମୟରେ ଏହି ଏନର୍ଜାଇଜେସନ କାର୍ଯ୍ୟ ଶେଷ ହୋଇଛି ।

କୋଭିଡ ଜନିତ ଅସାଧାରଣ ସ୍ଥିତିରେ ମାତ୍ର ୮ ମାସରେ ଏହି ବିଦ୍ୟୁତ ସଂଯୋଗ କରାଯାଇଛି। ରାମକୋ  ସିମେଣ୍ଟ ଏହି ବିଦ୍ୟୁତ ସଂଯୋଗ ଲାଗି  ୩୦ କୋଟି ଟଙ୍କା ବ୍ୟୟ କରିଥିବା ବେଳେ , ପ୍ରତିକୂଳ ପରିସ୍ଥିତିରେ ବି ଏହି ଏନର୍ଜାଇଜେସନ କରାଯାଇଥିବାରୁ  ଓପିଟିସିଏଲ କର୍ମକର୍ତ୍ତା, ଯନ୍ତ୍ରୀ ଏବଂ କର୍ମଚାରୀ ବିଶେଷ କରି ଓପିଟିସିଏଲର କନଷ୍ଟ୍ରକ୍ସନ ଏବଂ ଅପରେସନ ବିଭାଗକୁ ରାମକୋ ସିମେଣ୍ଟ  କୃତଜ୍ଞତା ଜଣାଇଛନ୍ତି । ଏହା ସହ କାର୍ଯ୍ୟ ରୂପାୟନରେ ସଫଳତା ଲାଗି ଏ.କେ.ଦାସ ଆସୋସିଏଟ୍ସକୁ ମଧ୍ୟ ରାମକୋ ଧନ୍ୟବାଦ ଦେଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଅନେକ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରୁଥିବା ବେଳେ ସେହି ତାଲିକାରେ ଏକାଧିକ ସିମେଣ୍ଟ କମ୍ପାନୀ ରହିଛନ୍ତି ।ସରକାରଙ୍କ  ଶିଳ୍ପ ପ୍ରୋତ୍ସାହନ ତଥା ରୂପାୟନରେ ବିଭାଗୀୟ ସକ୍ରିୟତା  କ୍ଷେତ୍ରରେ ରାମକୋ ସିମେଣ୍ଟର ବିଦ୍ୟୁତ ସଂଯୋଗ ଉତ୍ପାଦନକୁ ସିଧାସଳଖ ପ୍ରୋତ୍ସାହିତ ତଥା ସହଯୋଗ କରୁଥିବାରୁ ତାହା ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ବାର୍ଥର ସୁରକ୍ଷା ମଧ୍ୟ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.