Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କଣ୍ଟାବଣିଆ ଓପିଟିସିଏଲ ପାଓ୍ୱାର ଗ୍ରୀଡ୍‌ରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟ ଜାରି

21/02/2021 at 10:14 AM

ଢେଙ୍କାନାଳ,୨୧/୦୨:  ଢେଙ୍କାନାଳ ଜିଲ୍ଲା ଓପିଟିସିଏଲ  ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ଜିଲ୍ଲାର  କଣ୍ଟାବଣିଆ ସ୍ଥିତ ଏହି ଓପିଟିସିଏଳ ପାୱାର ଗ୍ରୀଡ଼ ଷ୍ଟେସନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲ ପାୱାର ଗ୍ରୀଡ଼ରେ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ରବିବାର ସକାଳ ପ୍ରାୟ ସାଢ଼େ ୭ତା ସମୟରୁ ଏହି ନିଆଁ ଲାଗିଛି । ନିଆଁ ଅତି ଭୟଙ୍କର ହୋଇ ଉଠୁଛି । ଅଗ୍ନିକାଣ୍ଡର ସଠିକ କାରଣ କଣ ଜଣା ପଡି ନଥିଲେ ମଧ୍ୟ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଇଛି ।

ତେବେ ନିଆଁକୁ ଆୟତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର, ନବଭାରତ, ଏମଜିଏମ ଆଦି କାରଖାନାର ସମସ୍ତ ଦମକଳ ବାହିନୀ ସହ ବନରପଲ, ହିନ୍ଦୋଳରୋଡ଼, ଅନୁଗୁଳ, ଖଜୁରିଆକଟା ଆଦିର ଅନ୍ୟୁନ ୧୦ରୁ ଉର୍ଧ୍ୱ ଦମକଳ ବାହିନୀ ନିଆଁ ଲିଭାଇବାକୁ ପହଂଚି ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ନିଆଁରେ ପାୱାର ଗ୍ରୀଡ଼ ଟ୍ରାନ୍ସଫରମର ଗୁଡିକ ଜଳି ସେଗୁଡିକର  ଅଏଲ ଯୋଗୁଁ ଏହି ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି । ଫଳରେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର କ୍ଷତି ହେବାର ସମ୍ଭାବନା ରହିଛି ।

   Related Posts