ପାକିସ୍ତାନକୁ କହିବାକୁ ସୁଯୋଗ ଦେଲେ ଉପଦ୍ରବୀ କୃଷକ, ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କଲା ପଡୋଶୀ ଆତଙ୍କୀ ଦେଶ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୦୧: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଅରାଜକତା ଓ ଉପଦ୍ରବ କରିଥିବା କୃଷକ ଦେଶ ବିରୋଧୀ ଶକ୍ତିକୁ ବିଷ ଓଗାଳିବାକୁ ସୁଯୋଗ ଦେଇଛନ୍ତି। ପ୍ରତି ମୁହୂର୍ତ୍ତରେ ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିବା ପାକିସ୍ତାନ ଦିଲ୍ଲୀରେ ଘଟିଥିବା ହିଂସାତ୍ମକ ଆନ୍ଦୋଳନର ମଜା ନେଉଛି। ଧାର୍ମିକ ସଦଭାବ ବିଗାଡି ଦେଶକୁ ଦୁର୍ବଳ କରିବାର ଅଭିପ୍ରାୟ ରଖୁଥିବା ପଡୋଶୀ ଦେଶ ତିନି କୃଷି ଆଇନ୍ ବିରୋଧରେ ହୋଇଥିବା  ହିଂସାତ୍ମକ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରିଛି। ଏହା ପୂର୍ବରୁ ଦିଲ୍ଲୀ ପୁଲିସ ମଧ୍ୟ କହିଥିଲା ଯେ, ପାକିସ୍ତାନରୁ ସଞ୍ଚାଳିତ ୩୦୦ରୁ ଅଧିକ ଟ୍ଵିଟର ହ୍ୟାଣ୍ଡେଲ ଟ୍ରାକ୍ଟର ରାଲିରେ ଗଡବଡ କରିବା ଉଦ୍ଦେଶ୍ୟରେ ଅଛନ୍ତି।

ପାକିସ୍ତାନର ପୂର୍ବତନ ଏକଛତ୍ରବାଦ ଶାସକ ଫରଭେଜ ମୁଶାରଫଙ୍କ ପାର୍ଟି ଏପିଏମଏଲର ଟ୍ଵିଟର  ହ୍ୟାଣ୍ଡେଲରେ ଅନେକ ଟ୍ଵିଟ୍ କରାଯାଇଛି। ଏଥିରେ ଲାଲକିଲ୍ଲାରେ ଉଡାଯାଇଥିବା ନିଶାନ ସାହିବ ପତାକାକୁ ନେଇ ତାତ୍ସଲ୍ୟ କରି କୁହାଯାଇଛି ଯେ, ସାଧାରଣତନ୍ତ୍ର ଦିବସରେ ଭାରତୀୟ ଜାତୀୟ ପତାକାକୁ ହଟାଇବାର କାର୍ଯ୍ୟକ୍ରମ ହୋଇଛି। ଏହା ବହୁତ ବଡ ଐତିହାସିକ ଦିନ ।

{"id":398960,"sizeSlug":"large","linkDestination":"none"}

କେବଳ ଏତିକି ନୁହେଁ ଏହାକୁ ଶିଖ୍ ଓ ମୁସଲିମ ମେଣ୍ଟ ମଧ୍ୟ କହିବାକୁ ପଛାଇ ନାହିଁ ମୁଶାରଫଙ୍କ ପାର୍ଟି। ଶିଖ୍ ପ୍ରଦର୍ଶନକାରୀ ଶାନ୍ତିପୂର୍ବକ ଭାରତୀୟ ଜାତୀୟ ପତାକାକୁ ଲାଲକିଲ୍ଲାରୁ ହଟାଇ ଶିଖଙ୍କ ପବିତ୍ର ପତାକା ନିଶାନ ସାହିବକୁ ଉଡାଇଛି। ଶିଖ୍ କିଷାନ ଓ ମୁସଲିମ ମଜବୁତ ହୁଅନ୍ତୁ ବୋଲି ପାକିସ୍ତାନର ଏହି ରାଜନୈତିକ ପାର୍ଟି କହିଛି।

ଏହା ବ୍ୟତୀତ ପାକିସ୍ତାନୀ ମିଡିଆରେ ନିଶାନ ସାହିବକୁ ଖାଲିସ୍ତାନ ପତାକା ଦର୍ଶାଇ କୁହାଯାଇଛି ଯେ, ଦିଲ୍ଲୀରେ ଲାଲକିଲ୍ଲାରେ ଖାଲିସ୍ତାନ ପତାକା ଉଡାଯାଇଛି। ପ୍ରକୃତରେ ପାକିସ୍ତାନ କୃଷକଙ୍କ ଆନ୍ଦୋଳନକୁ ଆରମ୍ଭରୁ ଶିଖଙ୍କ ଆନ୍ଦୋଳନ କହି ଆସୁଥିଲା। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ହୋଇଥିବା ଉପଦ୍ରବକୁ ଏକ ଅଲଗା ରଙ୍ଗ ଦେବାକୁ ଉଦ୍ୟମ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.