Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମେଓ୍ଵାଲାଲଙ୍କୁ ନେଇ ଅଡୁଆରେ ନୀତୀଶ ସରକାର, ବିରୋଧୀଙ୍କ ପ୍ରଶ୍ନ- କଣ ମୁଖ୍ୟମନ୍ତ୍ରୀ ଲୁଟିବା ପାଇଁ ଶିକ୍ଷା ମନ୍ତ୍ରୀଙ୍କୁ ସ୍ଵାଧୀନତା ଦେଇଛନ୍ତି ?

18/11/2020 at 9:26 PM

ପାଟନା ୧୮।୧୧: ବିହାର ମନ୍ତ୍ରିମଣ୍ଡଳ ଗଠନ ପରେ ଶିକ୍ଷା ମନ୍ତ୍ରୀ ଦାୟିତ୍ଵ ମେଓ୍ଵାଲାଲଙ୍କୁ ଦିଆଯିବା ନେଇ ରାଜ୍ୟରେ ନୀତୀଶ ସରକାର  ହରଡଘଣାରେ ପଡିଛନ୍ତି। କାରଣ ମେଓ୍ଵାଲାଲଙ୍କ ଉପରେ ଦୁର୍ନୀତିର ଗୁରୁତର ଅଭିଯୋଗ ରହିଛି। ତାଙ୍କୁ ଶିକ୍ଷା ମନ୍ତ୍ରୀ ପଦ ମିଳିବା ପରଠୁ ମେଓ୍ଵାଲାଲଙ୍କ ବିରୋଧରେ ସମସ୍ତ କେସ୍‌ ସାମ୍ନାକୁ ଆସିବା  ଆରମ୍ଭ ହୋଇଛି। ଏହି କେସ୍‌ରେ ସେ ପାର୍ଟିରୁ ପୂର୍ବରୁ ନିଲମ୍ବିତ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ନୀତୀଶ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଆରଜେଡି ନେତା ତେଜସ୍ଵୀ ଯାଦବ କହିଛନ୍ତି, କୃଷି ବିଶ୍ଵ ବିଦ୍ୟାଳୟର ପୂର୍ବତନ କୂଳପତି ମେଓ୍ଵାଲାଲ ଚୌଧୁରୀ ଭାରତୀୟ ଦଣ୍ଡ ବିଧାନର ଧାରା ୪୨୦(ଠକେଇ) ଏବଂ ଧାରା ୧୨୦ ବି(ଅପରାଧିକ ଷଡଯନ୍ତ୍ର) ଆଧାରରେ ଗୁରୁତର ମାମଲା ଚାଲିଛି। ସେ ପ୍ରଶ୍ନ କରିଛନ୍ତି ଯେ, କଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଓ୍ଵାଲାଲ ଚୌଧୁରୀଙ୍କୁ ଦୁର୍ନୀତି ଏବଂ ଲୁଟ୍ ପାଇଁ ସ୍ଵାଧୀନତା ଦେଇଛନ୍ତି ?

ଉଲ୍ଲେଖନୀୟ ୬୭ ବର୍ଷୀୟ ଚୌଧୁରୀ  ବିହାର କୃଷି ବିଶ୍ଵ ବିଦ୍ୟାଳୟର କୂଳପତି ଥିବା ବେଳେ ନିଜର କାର୍ଯ୍ୟକାଳରେ ତାଙ୍କ ବିରୋଧରେ ନିଯୁକ୍ତି ନେଇ ଅନିୟମିତତାର ସଙ୍ଗୀନ ଅଭିଯୋଗ ଆସିଥିଲା। ତାଙ୍କ ବିରୋଧରେ ଏତଲା ଦାୟର ହେବା  ପରେ ୨୦୧୭ରେ ଚୌଧୁରୀଙ୍କୁ ଜେଡିୟୁରୁ ନିଲମ୍ବିତ କରାଯାଇଥିଲା।

୨୦୧୭ ଫେବୃଆରୀରେ ସହାୟକ ପ୍ରୋଫେସର ଏବଂ ଜୁନିୟର ସାଇଣ୍ଟିଷ୍ଟ ନିଯୁକ୍ତିରେ ଅନିୟମିତତା ମାମଲାରେ ମିଳିଥିବା ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ କେସ୍ ରୁଜୁ  ହୋଇଥିଲା। ବିରୋଧୀ ଦଳରେ ଥିବା ବେଳେ ବିଜେପି ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ମହାମେଣ୍ଟ ସରକାରରେ ଚୌଧୁରୀଙ୍କ କେସ୍‌କୁ ଜୋରସୋରରେ ଉଠାଇଥିଲା।

ଏହା ପୂର୍ବରୁ ଚୌଧୁରୀ ୨୦୧୫ରେ ଚାକିରିରୁ ଅବ୍ୟାହତି ନେଇ ୨୦୧୫ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ଟିକେଟ୍‌ରେ ତାରାପୁର ସିଟ୍‌ରୁ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ। ଏବେ ପୁଣି ଥରେ ମେଓ୍ଵାଲାଲ ପୁଣି ଥରେ ବିବାଦ ଘେରରେ ରହିଛନ୍ତି। ଏବେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ସଭାପତି ଲାଲୁ ପ୍ରସାଦ ଯାଦବ ଏହି ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି।

ଲାଲୁ ଯାଦବଙ୍କ ଆନୁଷ୍ଠାନିକ ଟ୍ଵିଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ଵିଟ୍‌ରେ କୁହାଯାଇଛି ଯେ, ତେଜସ୍ଵୀ ଯେଉଁଠି ନିଜର ପ୍ରଥମ କ୍ୟାବିନେଟ୍‌ରେ ୧୦ ଲକ୍ଷ  ଲୋକଙ୍କୁ ଚାକିରି ଦେବାକୁ ପ୍ରତିବଦ୍ଧ ଥିଲେ ସେଠାରେ ନୀତୀଶ କୁମାର ନିଜର ପ୍ରଥମ କ୍ୟାବିନେଟ୍‌ରେ ନିଯୁକ୍ତିରେ ଘୋଟାଲା କରିଥିବା ମେଓ୍ଵାଲାଲଙ୍କୁ ମନ୍ତ୍ରୀ କରିବାରେ ପ୍ରାଥମିକତା ଦେଇଛନ୍ତି। ବିଡମ୍ବନା ଏହା ଯେ, ଯେଉଁ  ବିଜେପି ଗତକାଲି ମେଓ୍ଵାଲାଲଙ୍କୁ ଖୋଜୁଥିଲା, ଆଜି ମେଓ୍ଵା ମିଳିବାରୁ ମୌନ ବ୍ରତ ଧାରଣ କରି ନେଇଛି।

   Related Posts