Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

‘ବିରୋଧୀମାନେ ଅତିଶୀଘ୍ର ମୋତେ ସ୍ୱାଗତ କରିବେ’, ରାଜ୍ୟସଭାରେ ଗୋଗାଇଙ୍କ ଜବାବ

19/03/2020 at 4:49 PM

ନୂଆଦିଲ୍ଲୀ, ୧୯|୦୩:  ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲେ। ଗୁରୁବାର ଜଷ୍ଟିସ ଗୋଗୋଇ ଶପଥ ନେଲା ବେଳେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ତେବେ ସେ ଶପଥ ନେବା ସମୟରେ ବିରୋଧୀ ଦଳ ଡିଲ୍ ହୋଇଥିବା କହି ପ୍ରବଳ ପାଟି କରିଥିଲେ। ଏପରିକି ସେମାନେ ଗୃହତ୍ୟାଗ କରିଥିଲେ।

ବିରୋଧୀଙ୍କ ଏହି ହଟ୍ଟଗୋଳକୁ ନେଇ ଗୋଗୋଇଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର କୌଣସି ଉତ୍ତର ସେ ଦେବାକୁ ଚାହାଁନ୍ତି ନାହିଁ କିନ୍ତୁ ଅତି ଶୀଘ୍ର ସେମାନେ ତାଙ୍କୁ ସ୍ୱାଗତ କରିବେ ବୋଲି ସେ କହିଥିଲେ।

ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ପୂର୍ବରୁ ଅନେକ ବିଚାରପତି ସଂସଦର ଶୋଭା ବଢାଇଛନ୍ତି କିନ୍ତୁ ଏବେ ବିରୋଧୀଙ୍କ ମନୋଭାବ ଲଜ୍ଜାଜନକ ବୋଲି ସେ କହିଥିଲେ। ରାଜ୍ୟସଭାକୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଆସିଥାନ୍ତି। ଗୋଗୋଇ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବେ।

ଗୋଗୋଇ ନିଜ ସାଢେ ୧୬ ବର୍ଷର କାର୍ଯ୍ୟକାଳରେ ଅନେକ ବିବାଦ ମଧ୍ୟରେ ରହିଥିଲେ। ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା ଲାଗିଥିଲା। କିନ୍ତୁ ସେ ନିଜ କାମ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ଗୋଗୋଇ ସେହି ୪ଜଣ ଜଜଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ରୋଷ୍ଟର ବିବାଦକୁ ନେଇ ଐତିହାସିକ ସାମ୍ବାଦିକ ସମ୍ମିଳନୀ କରିଥିଲେ।  

   Related Posts