ବିଜେପି ଶାସିତ ମ୍ୟୁନିସିପାଲିଟିରେ CAA, NRCକୁ ବିରୋଧ…
3/03/2020 at 4:53 PM

ମହାରାଷ୍ଟ୍ର୩/୩: ମହାରାଷ୍ଟ୍ରର ପାର୍ଭନୀ ଜିଲ୍ଲାର ବିଜେପି ଶାସିତ ସେଲୁ ମ୍ୟୁନିସିପାଲିଟି ପରିଷଦ ନାଗରିକତା ସଂଶୋଧନ ଅଧିନିୟମ (CAA) ଏବଂ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) କାର୍ଯ୍ୟକାରୀ ହେବା ବିରୋଧରେ ସର୍ବସମ୍ମତି କ୍ରମେ ଏକ ରିଜୁସେଲନ ପାସ୍ ହୋଇଛି। ପରିଷଦର ଅଧ୍ୟକ୍ଷ ବିନୋଦ ବୋରାଡେ ସୋମବାର କହିଛନ୍ତି ଯେ, ନାଗର ପରିଷଦରେ ତିନି ଜଣ ସହଯୋଗୀ ସଦସ୍ୟଙ୍କ ସମେତ ୨୭ ଜଣ କାଉନସିଲର ଅଛନ୍ତି। ୨୮ ଫେବୃଆରୀ ମାସରେ ବିନା ବିରୋଧରେ ରିଜୁଲେସନ ପାସ୍ ହୋଇଛି। ସେ କହିଛନ୍ତି ଯେ ସ୍ଥାନୀୟ ପ୍ରତିନିଧୀମାନେ ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ କରୁଛନ୍ତି। ବୋରଡେ କହିଛନ୍ତି ଯେ ଏନସିପି ସଦସ୍ୟ, କଂଗ୍ରେସ ସଦସ୍ୟ ତଥା ମୁସଲମାନ ସମ୍ପ୍ରଦାୟର ୭ ଜଣ କାଉନସିଲର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021