ବିରୋଧୀଙ୍କ ଟାର୍ଗେଟରେ ‘ଆମ ଗାଁ ଆମ ବିକାଶ’ ଯୋଜନା

Published By : Prameya-News7 Bureau | January 14, 2020 IST

ଭୁବନେଶ୍ୱର ୧୪।୦୧ - ଆମ ଗାଁ ଆମ ବିକାଶ ଯୋଜନାରେ କାହିଁକି ସରିନି ପ୍ରକଳ୍ପ କାମ । ଜିଲ୍ଲା ଅଫିସରଙ୍କ ସିସିଆର ନିର୍ଭର କରିବ ପ୍ରକଳ୍ପ କାମ ସରିବା ଉପରେ । ପଞ୍ଚାୟତ ରାଜ ବିଭାଗର ଏମିତି ତାଗିଦ ପରେ ‘ଆମ ଗାଁ ଆମ ବିକାଶ’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାର ଜବାର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେମିତି ରହିଛି ସରକାରଙ୍କ ଯୋଜନା ଆମ ଗାଁ ଆମ ବିକାଶର ବାସ୍ତବ ଚିତ୍ର।

{"id":211264,"sizeSlug":"large"}

ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ । ପ୍ରଶ୍ନ କରିଛନ୍ତି କାହିଁକି ଆଗେଇ ପାରୁନି ପ୍ରକଳ୍ପ କାମ । ନିର୍ବାଚନ ପୂର୍ବରୁ ଗାଁର ବିକାଶ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ ମେଗା ଯୋଜନା ଆମ ଗାଁ ଆମ ବିକାଶ । ଗାଁର ବିଭିନ୍ନ ପ୍ରକଳ୍ପ ଲାଗି ଅର୍ଥ ଘୋଷଣା ବି ହୋଇଥିଲା ।

{"id":211265,"sizeSlug":"large"}

ହେଲେ ଗ୍ରାଉଣ୍ଡରେ ଏବେ ତାହା ପ୍ରତିଫଳିତ ନ ହେବା ନେଇ ଉଠିଛି ପ୍ରଶ୍ନ । ଆମ ଗାଁ ଆମ ବିକାଶ ଯୋଜନାରେ ପ୍ରକଳ୍ପ କାମ ସପୂର୍ଣ୍ଣ ନହେବା ନେଇ ଏ ହେଉଛି ପଞ୍ଚାୟତ ରାଜ ସଚିବଙ୍କ ଚିଠି । ଯୋଜନାରେ ସରକାର ଘୋଷଣା କରିଥିବା  ଅଧାରୁ ଅଧିକ ପ୍ରକଳ୍ପ କାମ ଶେଷ ହୋଇ ନଥିବାରୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓଙ୍କୁ ତାଗିତ କରି ଚିଠି ଲେଖିଛନ୍ତି ।  ସେପଟେ ସଚିବଙ୍କ ଚିଠିକୁ ଆଧାର କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର ଏମିତି ଯୋଜନା କରିଥିଲେ ବୋଲି ବିରୋଧୀ ଆକ୍ଷେପ କରିଛନ୍ତି।

{"id":211266,"sizeSlug":"large"}

ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟ ସରକାର ୬୨ ହଜାର ୭ ଶହ ୪୩ ପ୍ରକଳ୍ପ ଘୋଷଣା କରିଥିଲେ । ସେଥିରୁ ୬୨ ହଜାର ୨ ଶହ ୭୩ ପ୍ରକଳ୍ପ କାମ ଆରମ୍ଭ ହୋଇଛି ।

{"id":211268,"sizeSlug":"large"}

୩୦ ହଜାର ୨ଶହ ୬୨ପ୍ରକଳ୍ପ କାମ ସରିଥିବାବେଳେ ବାକି ପ୍ରକଳ୍ପ କାମ ଚାଲୁଛି । ତେବେ ୪ଶହ ୬୯ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଜମି ଜମା ସମସ୍ୟା ଥିବାରୁ ପ୍ରକଳ୍ପ କାମ ଆଗକୁ ହୋଇ ପାରିନି । ଏନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ବିକଳ୍ପ ପ୍ରସ୍ତାବ ଦେବାକୁ ନିର୍ଦେଶ ଦିଆଯାଇଛି । ଯେଉଁମାନେ ଠିକଣା ସମୟରେ କାମ ନ ସାରିବେ ସେମାନଙ୍କ ସିସିଆରରେ ଏହା ପ୍ରତିଫଳିତ ହେବ ବୋଲି କୁହାଯାଇଛି ।

{"id":211269,"sizeSlug":"large"}

- ଆମ ଗାଁ ଆମ ବିକାଶ ପ୍ରକଳ୍ପ କାମ ସିଧା ସଳଖ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଥିବାରୁ ଖୁବଶୀଘ୍ର ସେ ଏହାର ସମୀକ୍ଷା କରିବେ ବୋଲି ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.