ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ନିର୍ମାଣ ଅବକାରୀ, ଇସ୍ପାତ ଓ ଖଣି ପ୍ରସଙ୍ଗରେ ଆଲୋଚନା : ବେକାରୀ ସମସ୍ୟା ବଢୁଥିବା ନେଇ ମୁଲତବୀ ପ୍ରସ୍ତାବ ଆଣିଲା ବିଜେପି

Published By : Prameya-News7 Bureau | July 22, 2019 IST

ଭୁବନେଶ୍ବର ୨୨/୭: ବିଧାନସଭା ପ୍ରଶ୍ନକାଳରେ  ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ନିର୍ମାଣ, ଅବକାରୀ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଆଦି ବିଭାଗ ଉପରେ ଆଲଚନା ହେବ । ବିରୋଧୀ ବିଜେପି ଆଣିଛି ମୁଲତବୀ ପ୍ରସ୍ତାବ ।

ମୁଲତବୀ ପ୍ରସଙ୍ଗ ହେଲା - ରାଜ୍ୟରେ ବଢି ଚାଲିଛି ବେକାରି ସମସ୍ୟା । ଯାହାଫଳରେ ଲକ୍ଷାଧିକ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ନିର୍ଯାତନାର ଶିକାର ହେଉଛନ୍ତି.. ସରକାର ନୀରବଦ୍ରଷ୍ଟା । ଏହାସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଖର୍ଚ୍ଚ ଦାବି ଉପରେ  ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.