Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖଦୀ ବୋର୍ଡ ଦୁର୍ନୀତି ଓ ବିଶ୍ବବିଦ୍ୟାଳୟ ଆକାଉଣ୍ଟ ଅଡିଟ ପ୍ରସଂଗରେ ଆଜି ପୁଣି ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ

20/07/2019 at 6:25 PM

ଭୁବନେଶ୍ବର୨୦|୭: ଆଜି ପୁଣି ବିଧାନସଭାରେ ଶୂନ୍ୟକାଳ ଅଚଳ । ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ଖଦୀ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଉଠାଇଥିବାବେଳେ ୨୦ ବର୍ଷ ଧରି ବିଶ୍ବବିଦ୍ୟାଳୟ ଅଡିଟ ରିର୍ପୋଟ କାହିଁକି ଗୃହରେ ଉପସ୍ଥାପନ ହୋଇନି ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ । ମନ୍ତ୍ରୀ ଏନେଇ ଉତ୍ତର ରଖିବାକୁ ଦାବିକାରି ଗୃହରେ ହୋହଲ୍ଲା ନାରାବାଜି କରିଥିଲେ ବିରୋଧୀ ।…

ସରକାରଙ୍କ ବିରୋଧରେ ଉଠିଲା ଦୁର୍ନୀତି ପ୍ରସଙ୍ଗ । ବିଧାନସଭାରେ ଗର୍ଜିଲେ ବିରୋଧୀ । ଶୂନ୍ୟକାଳ ହେଲା ଅଚଳ । ଖଦୀ ବୋର୍ଡ ଦୁର୍ନୀତି କଥା ଉଠାଇ ବିଜେପି ସରକାରଙ୍କ ଉପରେ ଗର୍ଜିଥିଲା ।ସେହିଭଳି ବିଶ୍ବବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ କାହିଁକି ଗୃହରେ ଉସ୍ଥାପନ ହେଉନି ସେ ନେଇ ପ୍ରଶ୍ନ  କରିଥିଲା କଂଗ୍ରେସ । ଓଡିଶା ବିଶ୍ବବିଦ୍ୟାଳୟ ଆକ୍ଟ ୧୯୮୯ ଅନୁସାରେ ସବୁ ବିଶ୍ବବିଦ୍ୟାଳୟ ଆକଉଣ୍ଟ ଅଡିଟ ହୋଇ ରିପୋର୍ଟ ଗୃହରେ ଉପସ୍ଥାପିତ ହେବା କଥା । କିନ୍ତୁ ୨୦ ବର୍ଷ ଧରି ବିଶ୍ବବିଦ୍ୟାଳୟ ଅଡିଟ୍‌ ରିର୍ପୋଟ ଉପସ୍ଥାପନ ହୋଇ ନାହିଁ ।

ତେଣୁ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପଟେ ବାଚସ୍ପତି ଅନୁଧ୍ୟାନ କରିବି ବୋଲି କହିବାରୁ କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଯେଉଁଥିପାଇଁ ଶୂନ୍ୟ କାଳରେ ଗୃହକୁ ଦୁଇ ଥର ମୁଲତବୀ ରଖିଥିଲେ ବାଚସ୍ପତି। ଏପରି ଅଚଳା ଅବସ୍ଥା ଲାଗିରହିଥିବାରୁ ବାଧ୍ୟ ହୋଇ ସର୍ବଦଳୀୟ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିଲା।

ସେହିଭଳି ଖାଦି ବୋର୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ କଥା ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।  ୨୦୧୪ରୁ ୨୦୧୭ ମଧ୍ୟରେ ଖଦି ଜିନିଷ କଣା ବିକାରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରାକର  ଠାରୁ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ୮୬ କୋଟି ଅନୁଦାନ ପାଇଛି । ହେଲେ ୩ କୋଟି ୧୮ ଲକ୍ଷ ଟଙ୍କା ଖଦୀ ଜିନିଷ ଉତ୍ପାଦନ ହୋଇଛି । ଏହି ଅର୍ଥକୁ କିଛି ବିଜ୍ଞାପନ ସଂସ୍ଥା ଏବଂ କନସଲଟାନସି କମ୍ପାନୀ ନିଜ ନାଁରେ ବିଲ କରି ଚଳୁ କରିଥିବା​‌ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ସେହିଭଳି ପୋଷାକ କିଣାବିକା ଏବଂ ମହୁ ଚାଷରେ ବ୍ୟାପକ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ । ଏସବୁ ଅଭିଯୋଗ ବାଚସ୍ପତିଙ୍କ ବିଚାରଧୀନ ଅଛି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟସଚେତକ । ବିରୋଧୀ ବିଜେପି ଓ କଂଗ୍ରେସ ଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କାଠଗଡାରେ ଛିଡା କରିବାକୁ ଆଜି ଉଦ୍ୟମ କରିଥିଲେ।

   Related Posts