Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଔଷଧ ରପ୍ତାନୀ କଟକଣା କୋହଳ: ବିରୋଧି କହିଲେ ଆମେରିକା ଚାପରେ ଦେଶବାସୀଙ୍କ ସ୍ବାର୍ଥକୁ ବଳି, ସରକାର କହିଲେ ନା

7/04/2020 at 7:45 PM

ନୂଆଦିଲ୍ଲୀ୭/୪: ବିଦେଶକୁ  ପାରାସିଟାମଲ ଏବଂ ହାଇଡ୍ରୋକ୍ଲୋରୋକୁଇନ ରାପ୍ତାନୀ ନେଇ ଥିବା ନିଷେଧାଦେଶକୁ କୋହଳ କରିଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ କ୍ଲୋରୋକୁଇନ୍  ରପ୍ତାନୀ କରିବା ପାଇଁ ଅନୁରୋଧ କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେପଟେ ଆମେରିକା ନିକଟରେ କେନ୍ଦ୍ର ସରକାର ମୁଣ୍ଡା ନୁଆଁଇ ଭାରତୀୟମାନଙ୍କ ସ୍ବାର୍ଥକୁ ସଂକଟରେ ପକାଇଛନ୍ତି  ବୋଲି ବିରୋଧୀ ଆକ୍ଷେପ କରିଛନ୍ତି। ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।

କଣ ଟ୍ରମ୍ପଙ୍କ ଧମକରେ ଭାରତ କ୍ଲୋରୋକୁଇନ ରପ୍ତାନୀ କରିବାକୁ ରାଜି ହେଲା ଭାରତ । ବିରୋଧୀ ଏବେ ଏମିତି କିଛି ଆକ୍ଷେପ କରୁଛନ୍ତି। ମ୍ୟାଲେରିଆ ଚିକିତ୍ସା ପାଇଁ ଦରକାର ହେଉଥିବା ହାଇଡ୍ରୋକ୍ଲୋରୋକ୍ବିନ ଲାଇଫ ଚେଞ୍ଜିଂ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ବିଶ୍ବବ୍ୟାପୀ ଏହି ଔଷଧର ଡିମାଣ୍ଡ ବଢିଯାଇଛି। ବିଶେଷ କରି ମେଲେରିଆ ପ୍ରବଣ ଭାରତରେ ଏହି ଔଷଧ ବହୁ ପରିମାଣରେ ଉତ୍ପାଦନ କରାଯାଉଥିବାରୁ ଏବେ ବିଭିନ୍ନ ଦେଶ କ୍ଲୋରୋକ୍ବିନ ରପ୍ତାନି କରିବାକୁ ଅନୁରୋଧ କରୁଛନ୍ତି। ହେଲେ ଭାରତ ସରକାର କ୍ଲୋରୋକ୍ବିନ ଏବଂ ପାରାସିଟାମଲର ରପ୍ତାନି ଉପରେ କଟକଣା ଲଗାଇଥିଲେ।

ଏହି ରପ୍ତାନି କଟକଣା ହଟାଇବା ଲାଗି ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କରିଛନ୍ତି। ଏହି ସବୁ ଜରୁରୀ ମେଡ଼ିସିନ ଉପରେ ଲଗାଯାଇଥିବା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ସେପଟେ କିନ୍ତୁ ବିରୋଧୀ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଭାରତକୁ କଟକଣା ନ ହଟାଇଲେ କାର୍ଯ୍ୟାନୁଷ୍ଠାନର ଧମକ ଦେବାରୁ କେନ୍ଦ୍ର ସରକାର ଏଥିରେ ମୁଣ୍ଡ ନୁଆଁଇଲେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏପରିକି ଟ୍ବିଟ କରି ରାହୁଲ ଗାନ୍ଧି ଲେଖିଛନ୍ତି  ଜରୁରୀ ମେଡ଼ିସିନ ଭାରତୀୟ ମାନଙ୍କ ପାଇଁ ଉପଲବ୍ଧ କରିବା ଉପରେ ସେ ଜୋର ଦେଇଛନ୍ତି।

ସେପଟେ ବିରୋଧୀଙ୍କ ଏଭଳି ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଭାରତରେ ମେଲିରିଆ ରୋଗୀ ବେଶେ ଦେଖାଦେଉଥିବାରୁ ଏହି କ୍ଲୋରୋକ୍ବିନ ଏବଂ ପାରାସିଟାମଲ ଭାରତରେ ବହୁଳମାତ୍ରାରେ ତିଆରି କରାଯାଇଥାଏ। ଏପରିକି ଭାରତରେ ପର୍ଯ୍ୟାପ୍ତ ପରିମାଣରେ ଏହି ସବୁ ଔଷଧ ଅଛି ବୋଲି କୁହାଯାଉଛି। କେବଳ ଆମେରିକା ନୁହେଁ, ଅନ୍ୟ ଯେଉଁ ଦେଶ ଚାହିଁବେ ଆମ ଦେଶରୁ ମଧ୍ୟ ଔଷଧ ନେଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।ଏଣେ ଦେଶରେ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଏବଂ ନର୍ସମାନେ ସେମାନଙ୍କ ବ୍ୟବହାର ପାଇଁ ସଂପୃକ୍ତ ହସ୍ପିଟାଲର କାଉଣ୍ଟରରୁ ଏସବୁ ମେଡ଼ିସିନ ନେଇପାରିବେ। ଏ ସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ଜାରି କରାଯାଇଛି।

   Related Posts