୫ଟି ଖଣ୍ଡା- ଉଚ୍ଚସ୍ତରରେ ହଲଚଲ : ବିରୋଧୀଙ୍କ ଯୁକ୍ତି , ପୋଲିସ ଡିଜି ପଦ ଏବେ ରୋବଟ ସଙ୍ଗେ ସମାନ

Published By : Prameya-News7 Bureau | November 21, 2019 IST

ଭୁବନେଶ୍ୱର ୨୧।୧୧ - ପୋଲିସ ଡିଜି ଇନଚାର୍ଜ ପଦରେ ଥିବା ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କ ବଦଳିକୁ ନେଇ ରାଜନୀତି ଜୋର । ବିଜୟ ଶର୍ମାଙ୍କୁ ପୋଲିସ ଡିଜି ପଦରେ ବସାଯିବ ବୋଲି ଚର୍ଚା ଚାଲିଥିବା ବେଳେ ହଠାତ୍ ତାଙ୍କୁ ଡିଜିପି ଇନଚାର୍ଜ ପଦରୁ ଆଣି ଗୃହ ବିଭାଗର ଓଏସଡି କରିବା ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧି ।

{"id":187747,"sizeSlug":"large"}

ବିରୋଧୀଙ୍କ ଯୁକ୍ତି, ପୋଲିସ ଡିଜି ପଦ ଏବେ ରୋବଟ ସଙ୍ଗେ ସମାନ ହୋଇଛି । ଯେଉଁ ଅଫିସରଙ୍କୁ ଗୁରୁତ୍ବପୂର୍ଣ ପଦ ପଦବୀରେ ବସାଯାଉଛି ତାପୂର୍ବରୁ କଣ ସେମାନଙ୍କ କାର୍ଯ୍ୟକଳାପ ଉପରେ ତର୍ଜମା ହେଉନି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

{"id":187748,"sizeSlug":"large"}

ବିଜୟ ଶର୍ମା ଅଗ୍ନିଶମ ବିଭାଗ ଡିଜି ଦାୟିତ୍ବରେ ଥିବାବେଳେ ତାଙ୍କର କେତେକ ନିଷ୍ପତ୍ତି ଆସିଛି ସନ୍ଦେହ ଘେରକୁ । ଅଗ୍ନିଶମ ବିଭାଗରୁ ଫାୟାର ସେଫ୍ଟି ସାର୍ଟିଫିକେଟ ଆବେଦନ ସଂପର୍କିତ ଫାଇଲକୁ ଅନେକ ଦିନ ଧରି ଚାପି ରଖାଯିବା ସହ ଆଉ କିଛି ଅନିୟମିତତା ହୋଇଥିବା ନେଇ ସରକାରଙ୍କ ପାଖକୁ ଖବର ଯାଇଥିବା କୁହାଯାଉଛି ।

{"id":187749,"sizeSlug":"large"}

ସେଥିପାଇଁ ଏସବୁର ତଦନ୍ତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଉନ୍ନୟନ କମିଶନରଙ୍କୁ ନେଇ ସରକାର ଏକ ୩ଜଣିଆ କମିଟି ଗଠନ କରିଛନ୍ତି ।

{"id":187750,"sizeSlug":"large"}

 ୫ଟି ନିୟମ ଆଧାରରେ ପୋଲିସ ଡିଜି ସ୍ତରୀୟ ଜଣେ ଅଫିସରଙ୍କ ଉପରେ ଏଭଳି କାର୍ଯ୍ୟନୁଷ୍ଠାନ ହେବାପରେ ପୁରା ଉଚ୍ଚସ୍ତରରେ ହଲଚଲ ଆରମ୍ଭ ହେଲାଣି । ବହୁ ଦୁର୍ନୀତିଖୋର ବଡ ଅଫିସରଙ୍କ ଚାକିରି ଉପରେ ଆଗକୁ ୫ଟି ଖଣ୍ଡା ବୁଲିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.