Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ପ୍ରଥମ ଦିନରୁ କମ୍ପିଲା ଗୃହ : ଫାରୁକ୍ ଅବଦୁଲ୍ଲା କାହାଁ ହେ ପ୍ରଶ୍ନ କଲେ ବିରୋଧୀ,

18/11/2019 at 10:18 PM

ନୂଆଦିଲ୍ଲୀ୧୮/୧୧: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ରାଜ୍ୟସଭା ଓ ଲୋକସଭାରେ  ନିକଟରେ ପରଲୋକଗତ  ଦିବଙ୍ଗତ ସାଂସଦ ଅରୁଣ ଜେଟଲି, ସୁଷମା ସ୍ବରାଜ, ରାମ ଜେଠାମାଳିନିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମ ଦିନରୁ ସଂସଦରେ ଦେଖିବାକୁ ମିଳିଛି ତାତି। ଫାରୁକ ଅବଦୁଲ୍ଲା କାହାଁ ହେ ଓ ନ୍ୟାସନାଲ କନଫରେନ୍ସ ନେତାଙ୍କ ନାରାବାଜିରେ କମ୍ପିଥିଲା ଗୃହ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଗାନ୍ଧି ପରିବାରଠାରୁ SPG ହଟାଇ ଦିଆଯିବା ନେଇ ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ନେତା ଅଧୀନ ରଞ୍ଜନ ଚୌଧୁରୀ। ମହାରାଷ୍ଟ୍ରର ଚାଷୀଙ୍କ ପ୍ରସଙ୍ଗରେ କକ୍ଷ ତ୍ୟାଗ କରିଥିଲା ଶିବସେନା।  ଶୀତ ଅଧିବେଶନର ପ୍ରଥମ ଦିନ ପ୍ରଥମ ଦିନରୁ ଉଭୟ ଗୃହରେ ତାତି ଫାରୁକ ଅବଦୁଲ୍ଲାଙ୍କ ଅନୁପସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନ କରିଥିଲେ। ଶିବସେନା ବିରୋଧୀ ଦଳ ଆସନରେ ବସିଲା  ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଉଠିଲା ପ୍ରଶ୍ନ।

ପ୍ରଶ୍ନକାଳ ଆରମ୍ଭ ମାତ୍ରକେ କଂଗ୍ରେସର  ପାଖାପାଖି ୩୦ ଜଣ ସାଂସଦ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। କଂଗ୍ରେସ ପ୍ରଥମେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। କଂଗ୍ରେସ ନେତାଙ୍କ ସହ ନ୍ୟାସନାଲ କନଫରେନ୍ସ ନେତା ସ୍ବର ମିଳାଇଥିଲେ। ଫାରୁକ ଅବଦୁଲ୍ଲା କାହାଁ ହେ ନାରାବାଜିରେ କମ୍ପିଥିଲା ଗୃହ। ୧୦୬ ଦିନ ହୋଇଗଲାଣି, କାହିଁକି  ଗୃହରେ ଫାରୁକ ଅବଦୁଲ୍ଲା ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଫାରୁକ ଅବଦୁଲ୍ଲାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି। ଲୋକସଭାର ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ତାଙ୍କର ସାମ୍ବିଧାନିକ ଅଧିକାର ରହିଛି ବୋଲି ଅଧୀର ଦାବି କରିଛନ୍ତି। କଂଗ୍ରେସ ସାଂସଦମାନେ କାଶ୍ମୀର ଯିବା ପାଇଁ ଚାହିଁଥିବା ବେଳେ ସରକାର ସେମାନଙ୍କୁ ଅଟକାଇଥିଲେ। କିନ୍ତୁ ୟୁରୋପର ସାଂସଦମାନଙ୍କୁ ଆତିଥ୍ୟ ଦେଇ କାଶ୍ମୀର ଗସ୍ତ ପାଇଁ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ।

 ଏହି ପ୍ରସଙ୍ଗରେ କଂଗ୍ରେସ ଓ  ନ୍ୟାସନାଲ କନଫରେନ୍ ସ କକ୍ଷତ୍ୟାଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଗାନ୍ଧି ପରିବାରଠୁ SPG ହଟାଯିବା ନେଇ ସରକାରଙ୍କ ଉପରେ ବର୍ଷିଥିଲେ ଅଧୀର।  ସେପଟେ ବିଜେପିର ହାତ ଛାଡି ବିରୋଧୀ ଦଳ ଆସନରେ ବସିଥିବା ଶିବସେନା ମହାରାଷ୍ଟ୍ରରେ  ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କରିଥିଲା । ଦେଶର ଅର୍ଥନୈତି ସ୍ଥିତିକୁ ନେଇ ଆମ ଆଦମି ପାର୍ଟି ସାଂସଦ ମଧ୍ୟ  ପ୍ରଶ୍ନ କରିଥିଲେ। ତୃଣମୁଳ କଂଗ୍ରେସ ମଧ୍ୟ ଦେଶର ବେକାରୀ, ଦରବୃଦ୍ଧି ଓ ଆର୍ଥିକ ମାନ୍ଦାବସ୍ଥା ନେଇ  ପ୍ରଶ୍ନ ଉତ୍ଥାପନ କରିଥିଲେ।

   Related Posts