ନିର୍ବାଚନ ପୂର୍ବରୁ ଇଭିଏମର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ : ଭୋଟ୍ ଗଣତି ପୂର୍ବରୁ ୫୦% ଭିଭିପ୍ୟାଟ ଓ ଇଭିଏମର ଭୋଟକୁ ମିଳାଇବାକୁ ଦାବି, ଆଜି ମାମଲାର ଶୁଣାଣି

Published By : Prameya-News7 Bureau | March 15, 2019 IST

ନୂଆଦିଲ୍ଲୀ ୧୫|୩ : ନିର୍ବାଚନ ପୂର୍ବରୁ ଇଭିଏମର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭିଭିପ୍ୟାଟ ଓ ଇଭିଏମର ଭୋଟକୁ ମିଳାଇବାକୁ ଦାବି ହୋଇଛି । ମାମଲାର ଆଜି ଶୁଣାଣି କରିବେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ୧୭ତମ ସାଧାରଣ ନିର୍ବାଚନକୁ ମାସେରୁ କମ୍ ସମୟ ବାକି ରହିଥିବା ବେଳେ ଇଏଭଏମ ଓ ଭିଭିପ୍ୟାଟକୁ ନେଇ ପୁଣି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ ଦଳ । ୨୧ ବିରୋଧୀ ଦଳଙ୍କ ଅଭିଯୋଗ ଆଧାରରେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଶୁଣାଣି କରିବେ।

ବିରୋଧୀଙ୍କ ଅଭିଯୋଗ ଇଭିଏମ୍ ଶାସକ ଦଳ ବିଜେପିକୁ ସୁହାଇଲା ଭଳି କରାଯାଇଛି । ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟରେ ଟିଙ୍କର ଫ୍ରୁଫ ହୋଇଥିବାର ଷ୍ଟିକର ଲାଗିଥିବା ଦରକାର ବୋଲି ବିରୋଧୀ ଦାବି କରିଛନ୍ତି ।ଏଥିସହ ଭୋଟ୍ ଗଣତି ପୂର୍ବରୁ ୫୦ ପ୍ରତିଶତ ଭିଭିପ୍ୟାଟ ସହ ଇଭିଏମ ଭୋଟକୁ ମିଳାଇବା ପାଇଁ ଦାବି କରିଛନ୍ତି ।

କଂଗ୍ରେସ ସମେତ ଟିଡିପି, ଶରଦ ପାୱାର, ବିଏସପି, ଏସପି, ବାମ ଦଳ ଭଳି ୨୧ଟି ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ମଧ୍ୟ ବିରୋଧୀ ଇଭିଏମକୁ ଶାସକ ଦଳ ବିଜେପି ନିଜକୁ ସୁହାଇଲାଭଳିଆ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ସମସ୍ତ ଦଳଙ୍କୁ ଡାକି ହ୍ୟାକିଂ ହେଉଥିବାର ପ୍ରମାଣ ଦେବାକୁ କହିଥିଲେ। ହେଲେ ବିରୋଧୀ ପ୍ରମାଣ କରିବାରେ ଫେଲ ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.