ମୋ ସରକାରକୁ ନେଇ ପୁଣି ବିରୋଧୀଙ୍କ ବାଣ - ସମାଲୋଚନା ନକରି କେନ୍ଦ୍ରରୁ ଅଧିକ ଅର୍ଥ କିଭଳି ଆସିବ ସେନେଇ କେନ୍ଦ୍ରମନ୍ତ୍ରୀ ଧ୍ୟାନ ଦେବାକୁ କହିଲା ବିଜେଡି

Published By : Prameya-News7 Bureau | October 17, 2019 IST

ଭୁବନେଶ୍ୱର  ୧୭।୧୦ - ମୋ ସରକାର  କାର୍ଯ୍ୟକ୍ରମ ମାଧ୍ୟମରେ ଘୋଷଣା ପରେ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ତିନି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି  ଲାଗି ୪ ଶହ କୋଟି ପ୍ୟାକେଜ ଘୋଷଣା କରିଛନ୍ତି । ଏହା ସହ କନ୍ଧମାଳରେ ମେଡିକାଲ କଲେଜ ସହ ୫ ଜିଲ୍ଲା ଲାଗି ବଡ ଘୋଷଣା ମଧ୍ୟ ହୋଇଛି । ସେପଟେ ସରକାରଙ୍କ ଏହି ଘୋଷଣାକୁ ଘୋଷଣା ସର୍ବସ୍ବ ବୋଲି ସମାଲୋଚନା କରିଛନ୍ତି ବିରୋଧୀ । ଏଇ ମାସରେ ୫ ଶହ କୋଟି ଟଙ୍କା ଋଣ ଉଠାଇଛନ୍ତି । ତେଣୁ ବିନା ଟଙ୍କାରେ ସରକାର ଏତେ କାମ କରିବେ କେମିତି ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହାର ଜବାବ ରଖିଛି ବିଜେଡି ।

{"id":171118}

ମୋ ସରକାରକୁ ନେଇ ବିରୋଧୀଙ୍କ ପୁଣି ବାଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ଆର୍ଥିକ ଘୋଷଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସଚିବଙ୍କ ଗ୍ରାଉଣ୍ଡ ଭେରିଫିକେସନ ରିପୋର୍ଟ  ଆଧାରରେ  ନବରଙ୍ଗପୁର, ମାଲକାନାଗିରି ଓ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି  ଲାଗି ରାଜ୍ୟ ସରକାର ୪ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

{"id":171119}

ଏହା ସହ କନ୍ଧମାଳରେ ମେଡିକାଲ କଲେଜ କରିବାକୁ ଘୋଷଣା ହେବା ସହ ୫ ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ  ଲାଗି ଅର୍ଥ ଦେବାକୁ ଘୋଷଣା କରିଛନ୍ତି ସରକାର । ହେଲେ ସରକାରଙ୍କ ଏହି ଘୋଷଣାକୁ ପରତେ ଯାଉ ନାହାନ୍ତି ବିରୋଧୀ । ଓଲଟା ରାଜ୍ୟର ଆର୍ଥିକ ସଙ୍କଟ କଥା କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଖନ୍ତୁ ଏହି ଚିଠି କୁ, ଏହି ସରକାରୀ ଚିଠି କହୁଛି  ଅକ୍ଟୋବର ମାସରେ ରାଜ୍ୟ ସରକାର ସେୟାର ବିକି ୫ ଶହ କୋଟି ଖୋଲାବଜାରରୁ  ଋଣ ଉଠାଇ ସାରିଲେଣି । ଏମିତିରେ ରାଜ୍ୟ ଆର୍ଥିକ ସଙ୍ଗଟରେ ଥିବାବେଳେ ସରକାରଙ୍କ ଏହି ଘୋଷଣା କିପରି କାର୍ଯ୍ୟକାରୀ ହେବ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

{"id":171120}

ମୋ ସରକାର କାର୍ଯ୍ୟକ୍ରମକୁ ଆରମ୍ଭରୁ ସମାଲୋଚନା କରି ଆସୁଛନ୍ତି ବିରୋଧୀ । ରାଜ୍ୟରେ ସ୍ବାସ୍ଥ୍ୟ ସେବା ଭିତ୍ତି ଭୂମି ନାହିଁ । ଆବଶ୍ୟକୟୀୟ ଡାକ୍ତର ନାହାନ୍ତି । ରୋଗୀଙ୍କୁ ମେଡିସନ ମିଳୁନି । ଏଥିରେ ସରକାର ଗରୁତ୍ବ ନଦେଇ କାହିଁକି ଅଯୋଥା ଘୋଷଣା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। 

{"id":171122}

ସେପଟେ ବିରୋଧୀଙ୍କ ଆରୋପର ଜବାବ ରଖିଛି ବିଜେଡି । ଦଳର ଯୁକ୍ତି ରାଜ୍ୟରେ ଯେତିକି ଭିତ୍ତିଭୂମି ଅଛି ସେଥିରେ ଲୋକେ ସଠିକ ସେବା ପାଉଛନ୍ତି ।ଏଥିରେ ସରକାରଙ୍କୁ ସମାଲୋଚନା ନକରି କେନ୍ଦ୍ରରୁ ଅଧିକ ଅର୍ଥ କିଭଳି ଆସିବ ସେନେଇ କେନ୍ଦ୍ରମନ୍ତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି  ବିଜେଡି ।

ମୋ ସରକାର ଉପରେ ସରକାରଙ୍କ ଫୋକସ ଥିବାବେଳେ ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଭୁବନେଶ୍ବରରୁ କ୍ୟାମେରା ପର୍ସନ ଗୁଣ୍ଡିଚିଙ୍କ ସହ ପ୍ରଶାନ୍ତ ସ୍ବାଇଁ ନ୍ୟୁଜ ସେଭେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.