Wednesday, November 20, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋ ସରକାର କାର୍ଯ୍ୟକ୍ରମରେ 5-T ର ବ୍ୟବହାର ଆଉ ଅନସ୍ପଟ ଆକ୍ସନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି

ସୁନ୍ଦରଗଡ/ଭୁବନେଶ୍ୱର – ମୋ ସରକାର ଓ 5-T କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗିପଡିଛନ୍ତି ସଚିବ । ବିଭିନ୍ନ ଜିଲ୍ଲା ଗସ୍ତକରି ଲୋକଙ୍କଠୁ ଫିଡବ୍ୟାକ୍ ନେବା ସହ ତୁରନ୍ତ ଆକ୍ସନ ନେଉଛନ୍ତି । ସଚିବ ମାନଙ୍କ ଜିଲ୍ଲାଗସ୍ତକୁ ନେଇ ଯେଭଳି ତୁମ୍ବିତୋଫାନ ଚାଲିଛି ତାକୁ ବିରୋଧୀ ହଜମ କରିପାରୁ ନାହାନ୍ତି । ପ୍ରଶ୍ନ କରିଛନ୍ତି କୁଆଡେ ଗଲେ ନବୀନ ବାବୁଙ୍କ ମନ୍ତ୍ରୀମାନେ । ସେପଟେ ସୁନ୍ଦରଗଡ ଡାକ୍ତରଖାନାର ଇନଚାର୍ଜ ସିଡିଏମଓଙ୍କ ନିଲମ୍ବନକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଯେଉଁଠି ଭିତ୍ତିଭୂମୀ ନାହିଁ କି ଡାକ୍ତର ନାହାଁନ୍ତି ଆଉ ସିଡିଏମଓ ପଦ ୧୦ମାସ ହେଲା ଖାଲି ପଡିଛି ସେଠି ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଓ ମୋ ସରକାର କାର୍ଯ୍ୟକ୍ରମର ଅର୍ଥ କଣ ବୋଲି ବିଜେପି ପ୍ରଶ୍ନ କରିଛି । ….

ମୋ ସରକାର କାର୍ଯ୍ୟକ୍ରମରେ 5-T ର ବ୍ୟବହାର ଆଉ ଅନସ୍ପଟ ଆକ୍ସନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଶେଷକରି ଥାର୍ଡ ଫ୍ଲୋରର ସବୁ ଅଧିକାରୀଙ୍କଠୁ ବିଭିନ୍ନ ସଚିବଙ୍କ ପର୍ଯ୍ୟନ୍ତ ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗିପଡିଥିବାରୁ ତାକୁ ନେଇ ସବୁ ଦଳ ଏବେ ଭିଡା ଭିଡି ଅବସ୍ଥାରେ । ସୁନ୍ଦରଗଡ ଡାକ୍ତରଖାନାର ଇନଚାର୍ଜ ସିଡିଏମଓଙ୍କୁ ନିଲମ୍ବନ ପ୍ରସଙ୍ଗରେ ଜିଲ୍ଲା ବନ୍ଦ ଡାକରା ଦେଇଥିଲେ ସ୍ଥାନୀୟ ଲୋକେ । ସେପଟେ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ଇନଚାର୍ଜ ସିଡିଏମଓଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବିପତ୍ର ଦେଇଛନ୍ତି । କୁସୁମଙ୍କ ଅଭିଯୋଗ, ସୁନ୍ଦରଗଡ ଡାକ୍ତରଖାନାରେ ବହୁ ଡାକ୍ତର ପଦ ଖାଲି ପଡିଛି ଆଉ ସିଡିଏମଓ ପଦ ବି ୧୦ ମାସ ହେଲା ଖାଲି ଥିବାରୁ ପଙ୍କଜ ପଟେଲଙ୍କୁ ଇନଚାର୍ଜ ରଖିଥିଲେ ସରକାର । ତେଣୁ ତାଙ୍କଠାରୁ ସୋ-କଜ୍ ନ ମାଗି ସିଧା ନିଲମ୍ବନ ଠିକ୍ ହୋଇନି ।  କଂଗ୍ରେସ ବି ମୋ ସରକାର ଓ 5-T କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ କରିଛି ।  କାହିଁକି ସଚିବମାନେ ଫିଲ୍ଡ ବୁଲି ନିଷ୍ପତ୍ତି ନେଉଛନ୍ତି ଆଉ ନବୀନ ସରକାରଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି ।

ମୁଖ୍ୟ ଶାସନ ସଚିବ ଓ 5-T  ସଚିବଙ୍କ ଘନଘନ ଜିଲ୍ଲା ଗସ୍ତ ଓ ଦୁର୍ନୀତିଗ୍ରସ୍ତ ଏବଂ ନିକମା ଅଧିକାରୀଙ୍କ ବିରୋଧରେ ଆକ୍ସନକୁ ବିଭିନ୍ନ ମହଲରୁ ସ୍ବାଗତ ହେଉଛି । କାରଣ ସରକାରୀ ଚାକିରୀରେ ଥିବା ବାବୁମାନଙ୍କ ସାଧାରଣ ଲୋକଙ୍କ ପ୍ରତି ଯେଉଁ ଦୃଷ୍ଟିଭଙ୍ଗି ଅଛି ତାହା ବଦଳିବାର ଆବଶ୍ୟକତା ରହିଛି ।

ହେଲେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ତାକୁ ନେଇ ଉଠୁଛି ପ୍ରଶ୍ନ । ଯଦି ସବୁ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି ଏବଂ ଡାକ୍ତରଖାନାରେ ଥିବା ଟେଷ୍ଟିଙ୍ଗ ମେସିନ ଅଚଳ ପଡିଛି ତାହାଲେ ମୋ ସରକାର କିଭଳି କାମ କରିବ ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ହେଲେ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ବିଜେଡି ପୁରା ସମର୍ଥନ କରିଛି । ଦଳର ଯୁକ୍ତି, ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ।

ସଚିବମାନଙ୍କ ଘନଘନ ଜିଲ୍ଲା ଗସ୍ତକୁ ଦେଖି ଜିଲ୍ଲାସ୍ତରର ସରକାରୀ କର୍ମଚାରୀ ଛାନିଆ । ତେବେ ସବୁଠୁ ଚର୍ଚ୍ଚାରେ ଅଛି ସଚିବମାନଙ୍କ ସାଧାରଣ ଲୋକଙ୍କ ସହ ମିଶିବା ଏବଂ ଅନ-ସ୍ପଟ ନିଷ୍ପତ୍ତି ନେବା । ସରକାରଙ୍କ ଏସବୁ କାର୍ଯ୍ୟକ୍ରମ ଭିତରେ କିନ୍ତୁ ମନ୍ତ୍ରୀମାନେ ଗାଏବ ହୋଇଯାଇଥିବା ଦେଖିବାକୁ ମିଳୁଛି ।

435 Views

   ସମ୍ବନ୍ଧିତ ଖବର