Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିରୋଧୀ ସଜାଡ଼ୁଛନ୍ତି ଘର: ୧୭ରେ ବିଜେପି ସଭାପତି ଭିଡ଼ିବେ ଶିରପା, ସେପଟେ କଂଗ୍ରେସରେ କବାଟ କିଳା ଏକ୍ସରସାଇଜ୍…

15/01/2020 at 8:32 PM

ଭୁବନେଶ୍ବର୧୫/୧: ବିଜେଡିର ସାଙ୍ଗଠନିକ କାର୍ଯ୍ୟ ଜୋର୍‌ଦାର ବେଳେ ନୂଆବର୍ଷରେ ଘର ସଜାଡ଼ିବାକୁ ବିରୋଧୀଙ୍କ କସରତ୍। ୧୭ରେ ହେବ ବିଜେପିର ରାଜ୍ୟ ସଭାପତି ନିର୍ବାଚନ । ସେଥିଲାଗି କାଲିଠାରୁ ଆରମ୍ଭ ହେବ ପ୍ରକ୍ରିୟା । ତେବେ ସହମତି ଭିତ୍ତିରେ ରାଜ୍ୟ ସଭାପତି ଚୟନ ପାଇଁ କେନ୍ଦ୍ରୀୟ ନେତାମାନେ କସରତ ଜାରି ରଖିଛନ୍ତି। ସେପଟେ କଂଗ୍ରେସର ତୃଣମୂଳ ସ୍ତରର ସଂଙ୍ଗଠନ ସଜାଡିବାକୁ ସମ୍ବଲପୁରେ ଆରମ୍ଭ ହୋଇଛି ଏକ୍ସରସାଇଜ । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚାଲିଛି କବାଟକିଳା ମାନସ ମନ୍ଥନ ।

୧୭ରେ ରାଜ୍ୟ ବିଜେପିରେ ମଙ୍ଗ ଧରିବେ ନୂଆ ମଙ୍ଗୁଆଳ । କାଲି ହିଁ ଜଣାପଡ଼ିଯିବ ନିର୍ବାଚନ ନା ସହମତି। ଏବେ କିଏ ରହଛନ୍ତି ମୈଦାନରେ।   ଦିନ ସାଢେ ୪ରୁ ସାଢେ ୫ ଯାଏ ନାମାଙ୍କନ ପତ୍ର ଦାଖଲ ସହ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ଯଦି ଏକାଧିକ ପ୍ରାର୍ଥୀ ହୁଅନ୍ତି ତେବେ ୧୭ ତାରିଖ ସକାଳ ୧୦ଟାରେ ହେବ ଭୋଟିଂ । ସହମତି ଭିତ୍ତିରେ ସଭାପତି ଚୟନ କରିବାକୁ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରସାଦ ରୁଡି କସରତ ଜାରି ରଖିଛନ୍ତି।

ଏହା ସହ ରାଷ୍ଟ୍ରୀୟ ସଙ୍ଗଠନ ସହ – ସମ୍ପାଦକ ସୌଦାନ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିବେ । ଏହାସହ ରାଷ୍ଟ୍ରୀୟ ସଭାପତି ଚୟନ ଲାଗି ରାଜ୍ୟର ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ରାଷ୍ଟ୍ରୀୟ ସଦସ୍ୟ ଚୟନ ମଧ୍ୟ ୧୭ରେ ହେବ । ଯିଏ ସଭାପତି ହେବେ ତାଙ୍କ ପାଇଁ ମୁଖ୍ୟ ବିରୋଧୀ ଦଳର ରଣନୀତି ନିର୍ଦ୍ଧାରଣ କରିବା ଆଗକୁ ହେବାକୁ ଥିବା ସମବାୟ ନିର୍ବାଚନ ଓ ପୌର ନିର୍ବାଚନ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ମଜଭୁତ କରିବା ବଡ଼ ଚ୍ୟାଲେଞ୍ଜ ହେବ ।

ସେପଟେ ସମ୍ବଲପୁରରେ କଂଗ୍ରେସକୁ ମଜଭୁତ୍‌ କରିବାକୁ ତୃଣମୂଳସ୍ତରରେ ଚାଲିଛି ଏକ୍ସରସାଇଜ। ସମ୍ବଲପୁର ଏକାଠି ହୋଇଛନ୍ତି ୫ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି, ନେତା ଓ କର୍ମୀ । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ରୁଦ୍ଧ ଦ୍ବାର ମାନସ ମନ୍ଥନ ହୋଇଛି । ଯେଉଁମାନେ ଅଲଗା ଅଲଗା ମତ ଓ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ଅଞ୍ଚଳକୁ ଯାଇ, ଓଡିଶା ପ୍ରଭାରୀ ଦଳୀୟ କର୍ମକର୍ତ୍ତା,ନେତା,ପୁର୍ବତନ ମନ୍ତ୍ରୀ ବିଧାୟକଙ୍କ ଠାରୁ  ପ୍ରସ୍ତାବ ଆହ୍ବାନ କରୁଛନ୍ତି।

ସାରା ରାଜ୍ୟରେ ଥରେ ଏହି ପକ୍ରିୟା ସରିବା ପରେ, ପିସିସି ଓ ଏଆଇସିସି ଅଧିକାରୀ ମାନେ ବସି, ଆସନ୍ତାଦିନରେ ରାଜ୍ୟରେ କଂଗ୍ରେସ ବ୍ୟାପକ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ ବିଜେପି ଓ କଂଗ୍ରେସରେ ଅନେକ ଥର ମାନସ ମନ୍ଥନ ହୋଇଛି । ତେବେ ଏବେ ଯେଉଁ ଏକ୍ସରସାଇଜ ଚାଲିଛି ଉଭୟ ଦଳକୁ କେତେ ମଜବୁତ ହେଉଛନ୍ତି ତା ଉପରେ ଦଳର ବରିଷ୍ଠ ନେତାଙ୍କ ନଜର ରହିଛି ।

   Related Posts