Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

“ମୋ ସରକାର”ର ସଫଳତାର କାହାଣୀକୁ ନେଇ ସମାଲୋଚନା

4/02/2019 at 7:26 PM

ଭୁବନେଶ୍ବର୪|୨: ବଜେଟ ଅଧିବେଶନ ଅଭିଭାଷଣରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଛନ୍ତି ରାଜ୍ୟପାଳ । ରାଜ୍ୟସରକାରଙ୍କ ସଫଳତାର ଚିତ୍ର ଦେଖାଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ରାଜ୍ୟପାଳ ଗଣେଶୀଲାଲ ପ୍ରଥମ ବଜେଟ ସମ୍ବୋଧନ କରିଥିଲେ । ସେପଟେ କଂଗ୍ରେସ ଅଯଥା ସରକାରଙ୍କ ଗୁଣଗାନ କରିବା ଅନୁଚିତ ବୋଲି କହି କକ୍ଷତ୍ୟାଗ କରିଥିଲା । ବିଜେପି କହିଛି ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଛନ୍ତି ସରକାର।

ରାଜ୍ୟପାଳଙ୍କ ଅଭିଭାଷଣରେ ଗୋଲାପୀ ଚିତ୍ର ।  ପଞ୍ଚଦଶ ବିଧାନସଭାର ଶେଷ ବଜେଟ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।  ଗୃହରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଛନ୍ତି । ୨୦୦୦ ମସିହାରୁ ଓଡିଶାରେ ଆସିଛି ପରିବର୍ତ୍ତନ। ଚାଷୀର ଆୟ ଦୁଇଗୁଣା ହୋଇଛି, ରାଜ୍ୟର ଋଣଭାର ଅଧା କମିଛି। ଏମିତି ପରିବର୍ତ୍ତନର ଚିତ୍ର ଦେଖାଇଛନ୍ତି ରାଜ୍ୟପାଳ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଉଦାହରଣ ହୋଇଛି । ରାଜ୍ୟରେ କୃଷି ଉତ୍ପାଦନ ବଢ଼ିଛି, ୭ ବର୍ଷରେ ୫ ଥର କୃଷି କର୍ମଣ ପୁରସ୍କାର ଜିତିଛନ୍ତି ରାଜ୍ୟ ସରକାର । ୨୦୧୪ରୁ ୨୦ ଲକ୍ଷ ଗ୍ରାମୀଣ ଗୃହ ନିର୍ମାଣ ହୋଇଛି । ୭ ଲକ୍ଷ ମହିଳା ସଂୟ ସହାୟକ ଗୋଷ୍ଠିର ୭୦ ଲକ୍ଷ ମହିଳାଙ୍କର ସାମାଜିକ ଅର୍ଥନୈତିକ ଚିତ୍ର ବଦଳିଛି ।  ବସୁଧା, ଆମ ଗାଁ ଆମ ବିକାଶ, ବିଜୁ ଗାଁ ଗାଡି, ବିଜୁ ଯୁବ ସଶକ୍ତି କରଣ ଯୋଜନା,ଆହାର ଆମ ଘରେ ଏଲଇଡି ଯୋଜନା, ମହିଳାଙ୍କ ଲାଗି ମମତା ଆଦି ଯୋଜନାର ସଫଳତା ରାଜ୍ୟପାଳ ବଖାଣିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । ଅବିଭାଷଣ ସମୟରେ  କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ କରିଥିଲେ।  କଂଗ୍ରେସ କହିଛି ସାମ୍ବିଧାନିକ ପଦବୀରେ ଥାଇ ଅଯଥା ସରକାରଙ୍କ ଗୁଣଗାନ କରିବା ଅନୁଚିତ । ସେପଟେ  ବିଜେପି  କହିଛି, ରାଜ୍ୟପାଳଙ୍କ ମୁହଁରେ ମିଥ୍ୟା ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଅବିଭାଷଣରେ ଚିଟପଣ୍ଡ ଘୋଟାଲା, ଧାନ ମଣ୍ଡିରେ ଅବ୍ୟବସ୍ଥା, ପି ସିକାରବାର କଥା ନାହିଁ । ଅନ୍ୟପକ୍ଷରେ ଶାସକ ଦଳର ଯୁକ୍ତି  ରାଜ୍ୟ ସରକାର ନିଜ ଉପଲବ୍ଧି ବାଣ୍ଟିଛନ୍ତି।

୭ ତାରିଖରେ କାମଚଳା ବଜେଟ ଆସିବ।  ସେଥିରେ କାହାକୁ ଖୁସ କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି ତାହା ଜଣାପଡିବ ।

   Related Posts