ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବେ ବିରୋଧୀ; କଂଗ୍ରେସ ପାଳିବ କଳା ଦିବସ, ସେପଟେ ବିଜେପିର ଜବାବ ମାଗୁଛି ଓଡିଶା

Published By : Prameya-News7 Bureau | December 26, 2018 IST

ଭୁବନେଶ୍ବର ୨୬|୧୨: ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ବିରୋଧୀଙ୍କ ଯୋଜନା  । ଆଜି ରାସ୍ତାକୁ ଓହ୍ଲାଇବେ ଉଭୟ କଂଗ୍ରେସ ଓ ବିଜେପି । ରାଜ୍ୟର ବିଜେଡି ସରକାରର ୧୯ ବର୍ଷର ଶାସନରେ ରସାତଳକୁ ଯାଇଛି । ସବୁ ସ୍ତରରେ ଦୁର୍ନୀତି ବଢିଛି । ରାଜ୍ୟ ସରକାରଙ୍କ ୧୯ ବର୍ଷର ଶାସନ କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସ । ଏସବୁକୁ ପ୍ରସଙ୍ଗ କରି ପ୍ରତି ପଞ୍ଚାୟତରେ ଧାରଣା ଦେବ କଂଗ୍ରେସ । ସେପଟେ ବିଜେପି ଆଜିଠାରୁ ଜବାବ ମାଗୁଛି ଓଡିଶା ନାଁରେ ଆନ୍ଦୋଳନ ଆରମ୍ଭ କରିବ । ରାଜ୍ୟର କୃଷି ସମସ୍ୟା, ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.