Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିରୋଧୀ ବିଧାୟକଙ୍କ ଅଭିଯୋଗ- ପ୍ରଶାସନିକ ଅଧିକାରୀ ଅଣଦେଖା କରୁଛନ୍ତି

17/09/2019 at 5:57 PM

ଭୁବନେଶ୍ବର ୧୭।୦୯- ବିରୋଧୀ ବିଧାୟକଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ । ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ବି ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ଡକାଯାଉନି କି ସମ୍ମାନ ମିଳୁନି । ବିରୋଧୀ ଦଳର ବିଧାୟକ ମାନେ ଏମିତି ଗଦା ଗଦା ଅଭିଯୋଗ ଲଦିଛନ୍ତି ପ୍ରଶାସନ ଉପରେ । ସେପଟେ ଏହାର ଜବାବରେ ରଖିଛି ବିଜେଡି ।

ବିରୋଧୀ  ଦଳର ବିଧାୟକ ମାନଙ୍କ ଅଭିମାନ ଭରା ଅଭିଯୋଗ।   ଅଣଦେଖା କରାଯାଉଛି ଓ ଅସମ୍ମାନ କରାଯାଉଛି। ଏମିତିକି ନିଜ ନିର୍ବାଚନ ମଣ୍ଡଳୀରେ ଯେଉଁ ସରକାରୀ କାର୍ଯ୍ୟକ୍ରମ ହେଉଛି ସେଠି ପ୍ରଶାସନ ସେମାନଙ୍କୁ ଡାକୁନି । ବିରୋଧୀ ଦଳ ବିଧାୟକଙ୍କୁ ନ୍ୟୁନ ଦେଖାଇବାକୁ ହିଁ ଏମିତି ଚକ୍ରାନ୍ତ କରାଯାଉଛି। ସରକାରୀ ଦଳ ଓ ପ୍ରଶାସନ ବିରୋଧରେ ଏମିତି ମାଳ ମାଳ ଅଭିଯୋଗ ଆଣିଛନ୍ତି ବିରୋଧୀ ବିଧାୟକମାନେ ।

ପୁରୀର ବିଜେପି ବିଧାୟକ ଜୟନ୍ତ ଷଢଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଗଣମାଧ୍ୟମ ଆଗରେ ସିଧା ମୁହଁ ଖୋଲିଛନ୍ତି । ପୁରୀ ଓ ବ୍ରହ୍ମଗିରୀରେ ଫନି କ୍ଷତିଗ୍ରସ୍ତଙ୍କୁ ଦଳୀୟ ଆଧାରରେ ସହାୟତା ବାଣ୍ଟୁଛି ପ୍ରଶାସନ ହେଲେ ବିଧାୟକଙ୍କୁ କ୍ଷତିଗ୍ରସ୍ତଙ୍କ ତାଲିକା ଦିଆଯାଉନି । କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବି ସମାନ ଅଭିଯୋଗ ଆଣିଛନ୍ତି ।

ବିଜେପି ସରକାରଙ୍କ ପାଖରେ ଫେରାଦ ହୋଇଛି । ମୁଖ୍ୟଶାସନ ସଚିବଙ୍କୁ ଭେଟିଛି।  ସେମିତି କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପୋଲିସ ଦ୍ବାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଡକାଯାଇନଥିଲା। ଏହାକୁ ନେଇ ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି କଂଗ୍ରେସ କର୍ମୀ। ହେଲେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । କହିଛି ବିଧାନସଭାର ବୁକ ସର୍କୁଲାର ୪୭ ଅନୁସାରେ ବିଧାୟକମାନଙ୍କୁ ପ୍ରଶାସନ ସରକାରୀ କାର୍ଯ୍ୟକ୍ରମକୁ ଡାକିବାକୁ ବାଧ୍ୟ । ଯଦି ଅଣଦେଖଆ ହୋଇଛି ତେବେ ସେମାନେ ବାଚସ୍ପତି କିମ୍ବା ବିଧାନସଭା ସ୍ବାଧୀକାର ଭଙ୍ଗ କମିଟି ପାଖରେ ଅଭିଯୋଗ କରିପାରିବେ ।

   Related Posts