ଆଜି ଦିଲ୍ଲୀରେ ମୋଦି ବିରୋଧୀଙ୍କ ମହାମେଳି ; ସରକାରଙ୍କୁ ଘେରିବା ପାଇଁ ହେବ ଘମାଘୋଟ ଆଲୋଚନା

Published By : Prameya-News7 Bureau | December 10, 2018 IST

ନୂଆଦିଲ୍ଲୀ ୧୦|୧୨: ସଂସଦର ଶୀତକାଳୀନ ଅଧିବେଶନର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିନରେ ଆଜି ଦିଲ୍ଲୀରେ ମହାବିରୋଧୀ ମେଳି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ୍ ଦେବାଲାଗି ଆଜିର ବୈଠକରେ ହୋଇପାରେ ଘମାଘୋଟ ଆଲୋଚନା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁ ଏହି ମୋଦି ବିରୋଧୀ ମହାମେଳିର ନେତୃତ୍ବ ନେଉଛନ୍ତି । ଦେଶର ସବୁ ଅଣବିଜେପି ଦଳଗୁଡିକୁ ଗୋଟିଏ ମଞ୍ଚକୁ ଆଣିବା ପାଇଁ ନାଇଡୁ ଚଳାଇଛନ୍ତି କସରତ । ପ୍ରାୟ ୨୦ରୁ ଅଧିକ ସବୁ ବିରୋଧୀ ଦଳଗୁଡିକୁ  ଏକଜୁଟ କରିବା ଲକ୍ଷ୍ୟରେ ନାଇଡୁଙ୍କ ସହ  ଫୁଲ ଦମରେ ଲାଗିଛନ୍ତି କଂଗ୍ରେସ ନେତା ଏବଂ ସିପିଏମ ମହାସଚିବ ସୀତାରାମ ୟେଚୁରୀ। ଯେଉଁ ସବୁ ରାଜ୍ୟରେ ଅଣ ବିଜେପି ଦଳ ଶାସନ କରୁଛି ସେଠାକାର ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ମଧ୍ୟର ଆଜିର ବୈଠକରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏଭଳି ବିରୋଧୀଙ୍କ ମହାମେଳିକୁ ରାଜନୈତିକ ଆବଶ୍ୟକତା ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ଆଜିର ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଚନ୍ଦ୍ରବାକୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସିପିଆଇ ଓ ସିପିଏମର ନେତା, ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ, ଆରଜେଡି ନେତା ତେଜସ୍ବି ଯାଦବ, ଏନସିର ନେତା ଫାରୁକ ଅବଦୁଲ୍ଲା,ଏନସିପି ନେତା ଶରଦ ପାୱାର, ଜନତା ଦଳ ସେକ୍ୟୁଲାର ନେତା ଏଚ.ଡି ଦେବଗୌଡ ଏବଂ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ, ଜେଏମଏମ, ଝାଡଖଣ୍ଡର ଜନ ବିକାଶ ମୋର୍ଚ୍ଚା, ଆରଏଲଡିର ଅଜିତ ସିଂ, ସମାଜୱାଦି ପାର୍ଟିରନେତା ଅଖିଳେଶ ଯାଦବ, ବିଏସପିର ମାୟାବାତୀ ପରି ନେତାଏ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବୈଠକରେ ଯୋଗଦେବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ, ପୁଡୁଚେରିର ମୁଖ୍ୟମନ୍ତ୍ରୀ ଏନ ନାରାୟଣସ୍ବାମୀଙ୍କୁ ଆମନ୍ତ୍ରଣ କରାଯାଇଛି । ଚାଷୀଙ୍କ ଦୁର୍ଦ୍ଦଶା, ଆରବିଆଇ, ସିବିଆଇ, ଗୋଟିକ ପରେ ଗୋଟିଏ ଗଣତାନ୍ତ୍ରିଙ୍କ ସଂଗଠନ ଭୁଶୁଡିବା, ରାଫେଲ ଡିଲ୍, ଦେଶର ଅର୍ଥନୀତି  ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ  ବିରୋଧୀ ରଣନୀତି ପ୍ରସ୍ତୁତ କରିପାରନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଗୋଟିଏ ଛତା ତଳେ ସବୁ ବିରୋଧୀ ଦଳ ନେତା ଏକାଠି ହୋଇଶକ୍ତି ପ୍ରଦର୍ଶନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.