Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

‘ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦିଅ’, ମୋଦୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ

13/05/2021 at 7:30 AM

ନୂଆଦିଲ୍ଲୀ,୧୩/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ବିଭିନ୍ନ ବିରୋଧୀ ଦଳ । କେନ୍ଦ୍ର ସରକାର ସେଣ୍ଟ୍ରାଲ ପ୍ରୋଜେକ୍ଟ ବନ୍ଦ କରି ସେଇ ଅର୍ଥକୁ କରୋନା ପାଇଁ ଉପଯୋଗ କରନ୍ତୁ ବୋଲି ବିରୋଧୀ ଦଳମାନେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହ ସାରା ଦେଶରେ ମାଗଣା ଟିକାକରଣ ପାଇଁ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ଦେଶର ୧୨ଟି ପ୍ରମୁଖ ବିରୋଧୀ ଦଳ ଏହି ଚିଠି ଲେଖିଛନ୍ତି। ଏହି ଚିଠିରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ବନ୍ଦ କରିବା ସହିତ ବେରୋଜଗାରୀ ପାଇଁ ମାସକୁ ୬ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଛି। ଆହୁରି ମଧ୍ୟ ବିରୋଧୀ ଦଳଗୁଡ଼ିକର ପରାମର୍ଶ ନ ମାନିବା ଓ ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ଦେଶର ଏଭଳି ଅବସ୍ଥା ହୋଇଛି ବୋଲି ବିରୋଧୀଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଘରୋଇ ବଜାର ହେଉ କିମ୍ବା ବିଦେଶରୁ ଆବଶ୍ୟକ ପରିମାଣରେ ଭ୍ୟାକ୍ସିନ କିଣାଯାଉ ।ସାରା ଦେଶରେ ଟିକାକରଣ ସାର୍ବଜନିତ ହେଉ। ଘରୋଇ ଭ୍ୟାକ୍ସିନ ନିର୍ମାଣ ପାଇଁ ଲାଇସେନ୍ସ ବାଧ୍ୟତାମୁଳକ କରାଯାଉ। ଭ୍ୟାକ୍ସିନ ଉପରେ ୩୫ ହଜାର କୋଟିର ବଜେଟ ହେଉ। ସେହିପରି ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ରୋକ ଲଗାଇ ସେଥିରେ ଆବଣ୍ଟିତ ହୋଇଥିବା ଅର୍ଥ ରାଶି ଭ୍ୟାକ୍ସିନ ଓ ଅକ୍ସିଜେନ୍‌ କିଣିବା କ୍ଷେତ୍ରରେ ବ୍ୟବହାର କରାଯାଉ।

ଆହୁରି ମଧ୍ୟପିଏମ୍‌ କେୟାର ଫଣ୍ଡ ସହିତ ସମସ୍ତ ଘରୋଇ ପାଣ୍ଠିରେ ଜମା  ଅର୍ଥରାଶି ଆଣି ସେଥିରେ ଅକ୍ସିଜେନ୍ ଓ ମେଡିକାଲ ଉପକରଣ କିଣିବାରେ ବ୍ୟବହାର କରାଯାଉ।ବେରୋଜଗାରୀଙ୍କ ମାସକୁ ୬ ହଜାର ଭତ୍ତା ଦିଆଯିବା ସହ କରୋନା ସମୟରେ ସମସ୍ତ ଗରିବ ପରିବାରକୁ ମାଗଣାରେ ରାସନ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏହି ଚିଠିରେ ସୋନିଆ ଗାନ୍ଧୀ(ଆଏନ୍‌ସି), ଶରଦ ପାୱର(ଏନ୍‌ସିପି), ଉଦ୍ଧବ ଠାକରେ(ଏସ୍‌ଏସ୍‌), ଏଚ୍‌.ଡି ଦେବେ ଗୌଡ଼ା(ଜେଡିଏସ୍‌), ମମତା ବାନାର୍ଜୀ (ଟିଏମ୍‌ସି), ଏମ୍‌କେ ଷ୍ଟାଲିନ୍ (ଡିଏମ୍‌କେ), ସୀତାମରାମ ୟେଚୁରୀ (ସିପିଆଏମ୍‌), ଫାରୁକ ଅବ୍‌ଦୁଲ୍ଲା(ଜେକେପିଏ), ଅଖିଲେସ ଯାଦବ(ସପା), ହେମନ୍ତ ସୋରେନ(ଜେଏମ୍‌ଏମ୍‌), ତେଜସ୍ୱୀ ଯାଦବ(ଆର୍‌ଡେଜି), ଡି. ରାଜା(ସିପିଆଇ) ନେତାଙ୍କ ହସ୍ତାକ୍ଷର ରହିଛି।

   Related Posts