Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଭୋଟ୍ ଗଣତିକୁ ଆହୁରି ୫ ଦିନ : ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଆରମ୍ଭ ହେଲା ବିରୋଧୀ ମହାମେଣ୍ଟ ପ୍ରକ୍ରିୟା, ମଙ୍ଗ ଧରିଛନ୍ତି ଚନ୍ଦ୍ରବାବୁ ନାଇଡୁ

18/05/2019 at 5:09 PM

ନୂଆଦିଲ୍ଲୀ ୧୮|୫: ଭୋଟ ଗଣତି ପୂର୍ବରୁ କେନ୍ଦ୍ରରେ ଅଣ ବିଜେପି ମହାମେଣ୍ଟ ପାଇଁ କସରତ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାହୁଲ ଗାନ୍ଧିକୁ ଭେଟିଛନ୍ତି । ସେହିପରି ଏନ୍‌ସିପି ନେତା ଶରଦ ପାୱାର , ଏଲ୍‌ଜେଡି ନେତା ଶରଦ ଯାଦବଙ୍କୁ  ମଧ୍ୟ ଭେଟିଛନ୍ତି ନାଇଡୁ । ସେହିଭଳି ଏସ୍‌ପି ନେତା ଅଖିଳେଶ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବା ପରେ ବିରୋଧୀ ଶିବିରରେ ହଲଚଲ୍‌ । ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆରମ୍ଭ ହୋଇଛି ରଣନୀତି । ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ । ଏହି ପରିପ୍ରେକ୍ଷୀରେ ସେ ସକାଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ମେ ୨୩ରେ ଭୋଟଗଣତି ପୂର୍ବରୁ କେନ୍ଦ୍ରରେ ଅଣ ବିଜେପି ମେଣ୍ଟ ନେଇ ଆଲୋଚନା କରିଛନ୍ତି ।

ସେହିପରି ଏନସିପି ନେତା ଶରଦ ପାୱାର ଓ ଏଲଜେଡି ନେତା ଶରଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି ନାଇଡୁ। ରାହୁଲଙ୍କୁ ଭେଟିବାପୂର୍ବରୁ ନାଇଡୁ ବାମନେତା ସୁଧାକର ରେଡ୍ଡି ଓ ଡି. ରାଜାଙ୍କୁ  ଭେଟିଥିଲେ ନାଇଡୁ । ଗତକାଲି ସିପିଆଇଏମ୍‌ ଜେନେରାଲ ସେକ୍ରେଟାରି ସୀତାରାମ ୟେଚୁରୀ ଏବଂ ଆମ ଆଦମି ପାର୍ଟି ଜାତୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ଭେଟିଥିଲେ ନାଇଡୁ । କେନ୍ଦ୍ରରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ସମୀକରଣ ନେଇ ସେ ଆଲୋଚନା କରିଛନ୍ତି । କେନ୍ଦ୍ରରେ ଅଣ ବିଜେପି ସରକାର କସରତରେ ଟିଆରଏସ ସମେତ ଅନ୍ୟ ରାଜନୈତିକ ଦଳ ଯଦି ସାମିଲ ହେବାକୁ ଚାହାଁନ୍ତି ସେମାନଙ୍କୁ ସ୍ବାଗତ ବୋଲି କହିଛନ୍ତି ନାଇଡୁ।

ସଂଧ୍ୟାରେ ଲକ୍ଷ୍ନୌ ଯାଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିଥିଲେ ନାଇଡୁ । ଅଣବିଜେପି ମେଣ୍ଟ ନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜିଙ୍କ ସହତ ନିରନ୍ତର ଯୋଗାଯୋଗରେ ଅଛନ୍ତି ନାଇଡୁ । ସେପଟେ କେନ୍ଦ୍ରରେ ଅଣବିଜେପି ଓ ଅଣକଂଗ୍ରେସ ସରକାର ଗଠନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଫେଡେରାଲ ଫ୍ରଣ୍ଟ ପାଇଁ ଚଳାଇଛନ୍ତି କସରତ । ଫଳାଫଳ ପରେ କେଉଁ ଦିଗରେ ଅଧିକ ଗୁରୁତ୍ବ ଦିଆଯିବ ସେନେଇ ବିଭିନ୍ନ ଦଲ ସହ ବି ଯୋଗଯୋଗରେ ଅଛନ୍ତି । ତେବେ ନାଇଡୁଙ୍କ ଅଣ ବିଜେପି ମହାମେଣ୍ଟ ଉଦ୍ୟମକୁ ସମାଲୋଚନା କରିଛି ବିଜେପି । 

ଚନ୍ଦ୍ରବାବୁ ନାଇଡୁଙ୍କ ଅଣ ବିଜେପି ମହାମେଣ୍ଟରେ କେଉଁମାନେ ସାମିଲ ହେଉଛନ୍ତି ଏବଂ ତାଙ୍କର ଏହି ଅଙ୍କ କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

   Related Posts