Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ସଂସଦରେ ସରକାରଙ୍କୁ ଘେରିବେ, ବୈଠକରେ ବିରୋଧୀଙ୍କ ରଣନୀତି ଚୂଡ଼ାନ୍ତ

27/07/2021 at 8:40 PM

ନୂଆଦିଲ୍ଲୀ ୨୭/୭: ସଂସଦରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ମେଳି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତା ମଙ୍ଗଳବାର ଦିଲ୍ଲୀରେ ବୈଠକ କରିଛନ୍ତି। ପେଗାସସ୍‌, କୃଷି ଆଇନ୍‌ ଏବଂ କିଛି ଅନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ସଂସଦ ଭବନରେ ହୋଇଥିବା ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ , ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ, ଡିଏମକେ ନେତା ଟିଆର ବାଲୁ ଏବଂ କନିମୋଇ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିୟା ସୁଲେ, ବସପାର ରିତେଶ ପାଣ୍ଡେ, ମକପାର ଏଏମ ଆରିଫ ଏବଂ ଆରଏସପିର ଏନକେ ପ୍ରେମଚନ୍ଦ୍ରନ ସାମିଲ ହୋଇଥିଲେ।

ଏହି ବୈଠକରେ ପେଗାସସ୍‌, କେନ୍ଦ୍ର କୃଷି ଆଇନ୍‌ ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ନେଇ ସଂସଦରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ଉପରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି ।

   Related Posts