ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରକୁ ଖୋଲି ତାର ଯାଞ୍ଚ କରିବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | October 29, 2019 IST

ଭୁବନେଶ୍ୱର ୨୮/୧୦ - ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରକୁ ଖୋଲି ତାର ଯାଞ୍ଚ କରିବା ପାଇଁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସମ୍ପତି। ଏହା ହେଉଛି ଓଡିଆ ଜାତିର ଗର୍ବ ଓ ଗୌରବର ଗାଥାର ସାକ୍ଷୀ। ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ଦିନ ବିତିଗଲାଣି । ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୁଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ତିଆରି ହୋଇଥିଲା ତାହା ଆଜିବି ସେହି ସନ୍ଦେହରେ ହିଁ ରହିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଖୋଲି ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ପତ୍ରରେ ବିରୋଧୀ ଦଳ ନେତା ଉଲ୍ଲେଖ କରିଛନ୍ତି ।

ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଂଚ ଓ ତାଲିକାକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି।

ଯେ ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। ସେହି ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ। ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମ କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁକରନ୍ତୁ। ନିଦ୍ଦି ର୍ଷ୍ଟ ସମୟ ସୀମା ଓ ପୁରା ସ୍ୱଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେଉ ବୋଲି ଦାବି କରିଛନ୍ତି ।
ରତ୍ନ ଭଣ୍ଡାର ଚାବି ହଜିବା ଓ ତାର ପରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପଦକ୍ଷେପ ସନ୍ଦେହ ଜନକ। ରତ୍ନ ଭଣ୍ଡାର ଚାବି ହଜିବା କଥା ସାମ୍ନାକୁ ଆସିବା ପରେ ରତ୍ନ ଭଣ୍ଡାରରେ ଥିବା ଦୁର୍ଲଭ ମଣିମୁକ୍ତା, ସୁନାରୂପା ସବୁ ସୁରକ୍ଷିତ ଅଛି କି ନେଇ ତାକୁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହାକୁ ରାଜ୍ୟ ସରକାର ଦୂର କରିବାର ଆବଶ୍ୟକତା ଅଛି ବୋଲି ପ୍ରଦୀପ ନାୟକ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.