କ୍ବାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ

Published By : Prameya-News7 Bureau | April 28, 2020 IST

କଳାହାଣ୍ଡି୨୮/୪: ରାଜ୍ୟରେ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ  କହିଛନ୍ତି, ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆ ଶ୍ରମିକମାନଙ୍କ ରହିବା ଲାଗି କଳାହାଣ୍ଡି ଜିଲ୍ଲାରେ କୌଣସି ବ୍ୟବସ୍ଥା ହୋଇ ନାହିଁ। ଜିଲ୍ଲାରେ ଯେଉଁ ସ୍କୁଲ ଘର ରହିଛି, ତାର ଲାଟିନ୍ ଏବଂ ପାଣି ବ୍ୟବସ୍ଥା ଠିକ୍ ନାହିଁ। ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକମା​‌ନେ କିପରି ଗାଧୋଇବେ ବୋଲି ବିରୋଧୀ ଦଳ  ନେତା ପ୍ରଶ୍ନ କରିଛନ୍ତି। ଏଥିସହ ସ୍କୁଲରେ ଥିବା ଲାଟିନ୍ ବ୍ୟବସ୍ଥା ମଧ୍ୟ ଠିକ୍ ନାହିଁ।  ଯଦି ସରକର ଅସ୍ଥାୟୀ ଭାବେ ଲାଟିନ୍ କିମ୍ବା ସ୍ବଚ୍ଛ ପାଣିର ବ୍ୟବସ୍ଥା କରନ୍ତି, ତେବେ ଏହି  କାମ ଶେଷ ହେବା ନାହିଁ ବୋଲି ପ୍ରଦୀପ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବାହାର ରାଜ୍ୟରୁ କେତେ ଶ୍ରମିକ ଫେରୁଛନ୍ତି ତାର କିଛି ତଥ୍ୟ କାହା ପାଖରେ ନାହିଁ।  କାହିଁକି ନା କଳାହାଣ୍ଡି ,ବଲାଙ୍ଗୀର ପରି ଅନେକ ଜିଲ୍ଲାରୁ ଶ୍ରମିକ ଲୁଚି ଲୁଚି ଯାଇ କାମ କରୁଛନ୍ତି। ସରକାର କହୁଛନ୍ତି ୫ ଲକ୍ଷ। କିନ୍ତୁ ଶାସକ ଦଳର ପୂର୍ବତନ ସାଂସଦ କହୁଛନ୍ତି ୧୦ ଲକ୍ଷ। ତେବେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ଟେଷ୍ଟ କରି ଆଣନ୍ତୁ। ନ ହେଲେ ଏହା ରାଜ୍ୟ  ପାଇଁ ବିପଦ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.