ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର

Published By : Prameya-News7 Bureau | April 08, 2019 IST

ସୁବର୍ଣ୍ଣପୁର ୮/୪ : ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରଚାର ଜୋର ଧରିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଂଗିର ଲୋକସଭା ପ୍ରାର୍ଥୀ ତଥା ନିଜ ପୁଅ ସମରେନ୍ଦ୍ର ମିଶ୍ର ଓ ସୋନପୁର ବିଧାନସଭା ପ୍ରାର୍ଥୀ ଚିତ୍ତରଂଜନ ମିଶ୍ରଙ୍କ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି । ବିଶେଷକରି ତରଭା ସହର ସମେତ ବ୍ଳକର ବିଭିନ୍ନ ଗାଁରେ ସଭା ସମିତି, ପଥପ୍ରାନ୍ତ ସଭା ଓ ରୋଡ ସୋ ମାଧ୍ୟମରେ ଭୋଟର ମାନଙ୍କୁ କଂଗ୍ରେସ ଦଳକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି ।

{"id":101417}

ଜିଲ୍ଲା କଂଗ୍ରେସ କମିଟି ତରଫରୁ ତରଭା ସହରର ହାଟପଦାଠାରେ ବିରାଟ ଜନସାଧାରଣ ସଭାରେ ନରସିଂହ ମିଶ୍ର ଯୋଗ ଦେଇ ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲେ । କୃଷି ଋଣ ଛାଡ, ୫୦ପ୍ରତିଶତରୁ ଅଧିକ ଜଳସେଚନ ବ୍ୟବସ୍ଥା, ବାର୍ଦ୍ଧକ୍ୟ, ବିକଳାଂଗ ଓ ବିଧବା ପେନସନ ବୃଦ୍ଧି ତଥା ରାହୁଲ ଗାନ୍ଧୀ ଘୋଷଣା କରିଥିବା ଗରୀବ ପରିବାରମାନଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ପ୍ରଦାନ ସଂପର୍କରେ ନିଜର ଅଭିଭାଷଣ ରଖିଥିଲେ ।

{"id":101418}

ଏହି ନିର୍ବାଚନୀ ପ୍ରଚାରରେ ଲୋକସଭା ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ସୋନପୁର ବିଧାୟକ ପ୍ରାର୍ଥୀ ଚିତ୍ତରଂଜନ ମିଶ୍ରଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟୀର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ଗାଁରୁ ଗାଁ, ଘର ଘର ବୁଲି ପ୍ରଚାର କରିଥିଲେ ।

{"id":101419}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.