Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଦୁଇ ମହିଳାଙ୍କ ଗସ୍ତକୁ ନେଇ ଗୃହ ହୁଲସ୍ତୁଲ- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

28/11/2019 at 5:23 PM

ଭୁବନେଶ୍ୱର ୨୮।୧୧ –  ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ନେଇ ଗୃହ ହୁଲସ୍ତୁଲ । ମନ୍ତ୍ରୀଙ୍କ ସାଙ୍ଗରେ କେଉଁ ଦୁଇଜଣ ମହିଳା ହାଇଦ୍ରାବାଦ ଯାଇଥିଲେ ସେମାନଙ୍କ ନାଁ ଠିକ ଭାବରେ କାହିଁକି  ଉଲ୍ଲେଖ କରାଯାଇ ନାହିଁ  । ସେମାନେ କିଏ ଓ ସରକରୀ ଖର୍ଚ୍ଚରେ ସେମାନଙ୍କୁ କାହିଁକି ହାଇଦ୍ରାବାଦ ନେଇଥିଲେ ମନ୍ତ୍ରୀ ଏମିତି ପ୍ରସଙ୍ଗ ଉଠାଇ  ଗୁରୁବାରରେ  ସରକାରଙ୍କୁ ଘେରିଥିଲେ ବିରୋଧୀ । ମନ୍ତ୍ରୀଙ୍କ ବରଖାସ୍ତ ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।  ସେପଟେ ମନ୍ତ୍ରୀ କହିଛନ୍ତି ୨ ଜଣ ମହିଳା ହାଇଦ୍ରାବାଦ ରୋଡ ସୋ କୁ ଯିବାରେ କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ ।

ସୋସିଆଲ ମିଡିଆରେ ସଂସୃତି ମନ୍ତ୍ରୀଙ୍କ ସହ ଦୁଇ ମହିଳାଙ୍କ ଭିଡିଓ । ଏପଟେ  ମନ୍ତ୍ରୀ ଓ ମହିଳାଙ୍କ ହାଇଦ୍ରାବାଦ ଗସ୍ତ ନେଇ କମ୍ପିଲା ବିଧାନସଭା । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସାଙ୍ଗରେ କେଉଁ ଦୁଇଜଣ ମହିଳା ହାଇଦ୍ରାବାଦ ଯାଇଥିଲେ । ସେମାନଙ୍କର ମନ୍ତ୍ରୀଙ୍କ ସହ ସଂପର୍କ କଣ । ଏମିତି କିଛି ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ।  ମନ୍ତ୍ରୀଙ୍କ ସହ ଦୁଇଜଣ ମହିଳା ହାଇଦ୍ରାବାଦ ଯିବା ନେଇ ଅଫିସିଆଲ୍ ଚିଠି ହୋଇଛି । ସେଇ ଦୁଇ ମହିଳାଙ୍କ ପୂରା ନାଁ ଲେଖାଯାଇ ନାହିଁ କାହିଁକି । ଆର. ମହାପାତ୍ର ୪୭ ବର୍ଷ ଓ ଏସ. ଏସ. ମହାପାତ୍ର ୨୫ ବର୍ଷ ବୋଲି ସରକାରୀ ଚିଠିରେ ଲେଖାଥିବା ଏହି ଦୁଇ ମହିଳା କିଏ । ସେମାନଙ୍କୁ ମନ୍ତ୍ରୀ କାହିଁକି ହାଇଦ୍ରାବାଦ ନେଇଯାଇଥିଲେ ଓ ଏକ ହୋଟେଲରେ ରଖିଥିଲେ ପ୍ରଶ୍ନ ଉଠାଇଥିଲେ ବିରୋଧୀ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏହାକୁ ସାରଥୀଙ୍କ ହାଇଦ୍ରାବାଦ ଗସ୍ତ ସହିତ ଯୋଡ଼ିଥିଲେ।

ସଂସ୍କୃତି ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲା । ଘଟଣା ସଂପର୍କରେ ଗୃହରେ ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି । ତଥାପି ବିରୋଧୀ ଥମି ନଥିଲେ,  ବାଧ୍ୟହୋଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସେପଟେ ବିବୃତି ରଖି ମନ୍ତ୍ରୀ କହିଛନ୍ତି ସେମାନଙ୍କ ଗସ୍ତରେ ସରକାରଙ୍କ ତହବିଲରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି । ୨ ଜଣ ମହିଳା ହାଇଦ୍ରାବାଦ ରୋଡ ସୋ କୁ ଯିବାରେ କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ ।  ଓଟିଡିସି ସମସ୍ତଙ୍କ ପାଇଁ ଖୋଲାଅଛି ।

ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଗୃହ ବାହାରେ ଏବଂ ଭିତରେ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି। ତେବେ ଏବେବି ଅନେକ କିଛି ରହସ୍ୟ ଭିତରେ ଅଛି ଯାହା ସାମ୍ନାକୁ ଆସିବା ଦରକାର  ବୋଲି ବିରୋଧୀ ଦାବି କରିଛନ୍ତି।   

   Related Posts