Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିର ରତ୍ନଭଣ୍ଡାର ଇସ୍ୟୁ ରିଟର୍ଣ୍ଣସ, ଜାଣନ୍ତୁ ବିରୋଧୀ ଦଳ ନେତାଙ୍କ ଦାବୀକୁ କଂଗ୍ରେସ କେମିତି ନାପସନ୍ଦ କଲା…

29/10/2019 at 6:37 PM

ଭୁବନେଶ୍ବର୨୯|୧୦: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରତ୍ନଭଣ୍ଡାର ଅଳଙ୍କାରର ତାଲିକାକୁ ସାର୍ବଜୀନନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ଆଜି ବି ସନ୍ଦେହ ଘେରରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ରତ୍ନଭଣ୍ଡାରର ସଂପତ୍ତି ଯାଞ୍ଚ କରି ରିପୋପ୍ଟ ସାର୍ବଜନୀନ କରନ୍ତୁବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ସେପଟେ ବିରୋଧୀ ଦଳ ନେତାଏହି  ଦାବିକୁ କଂଗ୍ରେସ ଗ୍ରହଣ ନକରି ଜଗନ୍ନାଥଙ୍କୁ ନେଇ ରାଜନୀତି ନହେଉ ବୋଲି ଯୁକ୍ତି ବାଢିଛି ।   ଆଇନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ନେତାଙ୍କ ଚିଠି ଆମର ହସ୍ତଗତ ହେଲେ ତର୍ଜମା କରିବୁ । ଆଉ ସରକାର ମଧ୍ୟ ଏ ପ୍ରସଙ୍ଗରେ ଚୁପ ବସିନାହାନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ । ସାଢେ ଚାରିକୋଟି ଓଡିଆଙ୍କର ଭାବାବେଗ ସହ ଜଡିତ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲାଯାଇ ଯାଞ୍ଚ ହେଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏଭଳି ଦାବି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ରତ୍ନ ଭଣ୍ଡାର ଚାବି ହଜିବା ଓ ମିଳିବା ଘଟଣା ଜୁନ ୨୦୧୮ ସାମନାକୁ ଆସିଥିଲା । ହେଲେ ୧୮ ମାସ ହେଲାଣି ରାଜ୍ୟ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲେନି କାହିଁକି ବୋଲି ଏଥିରେ ସେ ପ୍ରଶ୍ନ କରିଛନ୍ତି ।

ରତ୍ନ ଭଣ୍ଡାର ଚାବି ହଜି ଥିବାରୁ ଏହା ଭିତରେ ଥିବା ରତ୍ନ ଅଳଙ୍କାର ଚୋରୀ ହେବାର ସମ୍ଭାବନା ରହିଛି ବୋଲି ଚିଠିରେ ଦର୍ଶାଇଛନ୍ତି ବିରୋଧୀ ଦଳ ନେତା । ତେଣୁ ରତ୍ନ ଭଣ୍ଡାର ଖୋଲି ସରକାର ଅଡିଟ କରିବାକୁ  ପଦକ୍ଷେପ ନିଅନ୍ତୁ । ରତ୍ନ ଅଳଙ୍କାରର ତାଲିକା ହେଉ ବୋଲି ଚିଠିରେ ସେ ଦାବି କରିଛନ୍ତି।

ସେପଟେ ବିରୋଧୀ ଦଳ ନେତାଙ୍କ ମତକୁ କିନ୍ତୁ ଗ୍ରହଣ କରିନି କଂଗ୍ରେସ । ଜଗନ୍ନାଥଙ୍କୁ ନେଇ ରାଜନୀତି ନ ହେଉ ଓ ରତ୍ନ ଭଣ୍ଡାର ଖୋଲିବା କିଛି ଆବଶ୍ୟକତା ନାହିଁ ବୋଲି କହିଛି କଂଗ୍ରେସ ।

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହାରି ଭିତରେ ଜଷ୍ଟିସ ରଘୁବର ଦାସ କମିଶନ ତାଙ୍କ ଅନ୍ତରୀଣ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇ ସାରିଛନ୍ତି । ହେଲେ ରାଜ୍ୟ ସରକାର ତଦନ୍ତ ରିପୋର୍ଟକୁ ଚାପି କାହିଁକି ପଦକ୍ଷେପ ନେଇ ନାହାନ୍ତି ।

କମିଶନଙ୍କ ରିପୋର୍ଟ କାହିଁକି ସାର୍ବଜନୀନ କରୁ ନାହାନ୍ତି ସରକାର । ସରକାର କୈଣସି ଆକ୍ସନ ନ ନେବା ଦୁର୍ଭାଗ୍ୟ ଜନକ ବୋଲି ବିରୋଧୀ ଦଳ ନେତା ଲେଖିଛନ୍ତି ।

ଏପଟେ ଆଇନ ମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ନେତାଙ୍କ ଚିଠିକୁ ତର୍ଜମା କରି ସରକାର ପଦକ୍ଷେପ ନେବେ ।ରତ୍ନ ଭଣ୍ଡାର ପ୍ରସଙ୍ଗରେ ସରକାର ଚୁପ ବସି ନାହାନ୍ତି।  କମିଶନଙ୍କ ରିପୋର୍ଟ ଆସିଲେ ସେଇ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ।

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ୧୯୭୮ରେ ଖୋଲିଯାଇ ଯାଞ୍ଚ ହୋଇ ତାଲିକା ପ୍ରସ୍ତୁତ ହୋଇଥିଲା । ଏଥିରେ ୩୧ ପ୍ରକାରର ରତ୍ନ ଅଳଙ୍କାର ଥିବା ସୂଚନା ରହିଛି ।

୩୪ ସୁନା ମୁକୁଟ ଏବଂ ରାମାନନ୍ଦି ଚିତା, ମହାକିରଟି, ମର୍କତ ଚୁନି, ୧୨୪ ପ୍ରକାର କଳିଙ୍ଗ ହିରା, ୨୩୪ ପ୍ରକାର ମାଣିକ୍ୟ, ୨୬ ବୈଜ୍ୟ, ୧୨୩ ଭରି ସୁନା ହାର, ୧୫  ଭରି ସୁନାର ମଗର ମୁହାଁ ଖଡୁ,୩୭ ଭରି ପଦ୍ମ ପାଖୁଡା ସହ ବହୁ ଦୁ୍ମୁଲ୍ୟ ଅଳଙ୍କାର ଥିଲା ।

ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡା ରେ ୧୨୦ କେଜି ସୁନା ଓ୨୨୧ କେଜି ରୂପା ତାଲିକା ହୋଇଥିଲା । ଯାହା ୧୯୭୮ ପରେ ଆଉ ଖୋଲାଯାଇନି ।

   Related Posts