କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ମାଡ ଘଟଣାରେ ବିଧାନସଭା ହୁଲସ୍ତୁଲ: ବିରୋଧିଙ୍କ ଗୋଟିଏ ଜିଦ୍ ଏସପିଙ୍କୁ ଗିରଫ କରାଯାଉ

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର୧୮|୭: କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ମାଡ ଘଟଣାରେ ବିଧାନସଭା ହୁଲସ୍ତୁଲ । ବିରୋଧିଙ୍କ ଗୋଟିଏ ଜିଦ୍ ଏସପିଙ୍କୁ ଗିରଫ କରାଯାଉ । ଯାହାକୁ ନେଇ ଆଜି ଦିନତମାମ ବିଧାନସଭା ଠପ୍ ।  ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ କଳାପଟି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏସପି ନୀତି ଶେଖରଙ୍କ ଅନୈତିକ କାର୍ଯ୍ୟର ପ୍ରତିବାଦ କରିଛନ୍ତି।

ଧରାପଡି ଯାଇଛି କେନ୍ଦ୍ରାପଡା ଏସପି ନୀତି ଶେଖରଙ୍କ ଅନୀତି କଥା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସାମ୍ବାଦିକଙ୍କୁ ଧକ୍କା ମାରିଲେ, କଲର ଧରି ଟଣାଓଟରା କଲେ ପୁଣି ହାତ ଉଠାଇଲେ ଚାପୁଡ଼ା ମାରିବାକୁ।  ପରେ ଏସପି ସାହେବ ଯେଉଁ କ୍ଷମା ମାଗିଛନ୍ତି ସେଇଟା କାହାକୁ ସହଜରେ ହଜମ ହେଉନି । ଦେଖନ୍ତୁ ଏସପି କ୍ଷମା ମାଗିଥିବା ଲେଖା ଆଉ କ୍ୟାମେରାରେ କଏଦ ହୋଇଥିବା ଭିଜୁଆଲ୍ ।

ଏସପି କହିଛନ୍ତି ସେ କାହାକୁ ଛୁଇଁ ନାହାଁନ୍ତି । ଆଉ ଏ ଭିଜୁଆଲ କହୁଛି ଏସପି ସାମ୍ବାଦିକଙ୍କୁ ଧକ୍କା ହିଁ ମାରିଛନ୍ତି । ଏସପି ତାଙ୍କ କ୍ଷମାପ୍ରାର୍ଥନା ମେସେଜରେ ଏକଥା ବି ଲେଖିଛନ୍ତି ଯେ ସେ କାହାକୁ  ଛୁଇଁ ବି ନାହାଁନ୍ତି , ଦେଖନ୍ତୁ ଏସପି କିଭଳି ହାତ ଉଠାଇଛନ୍ତି ଥାପଡ ମାରିବା ପାଇଁ । ଏସପି ମହାଶୟ ଯେଭଳି ଉପର ଠାଉରିଆ ଭୁଲ ମାଗିଛନ୍ତି ତାକୁ ନେଇ ଆଜି ବିଧାନସଭା ଉଠିଛି ପଡିଛି । 

ପ୍ରଥମେ ବିଜେପି ସଦସ୍ୟ ଓ ପରେ କଂଗ୍ରେସସଦସ୍ୟ ମାନେ ଏପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି।  ବିଗିଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ଏହା ଏକ ନମୂନା ବୋଲି ଆକ୍ଷେପ କରିଛନ୍ତି ।  ଦାବି କରିଛନ୍ତି କ୍ଷମା ନୁହେଁ ଏସପିଙ୍କୁ ଦଣ୍ଡ ବିଧାନ ହେଉ । ଯାହାକୁ ନେଇ ଆଜି ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଶାସକ ଦଳର ଯୁକ୍ତି, ଘଟଣାର ତଦନ୍ତ ଚାଲିଥିବାରୁ ତଦନ୍ତ ପରେ ସରକାର ଯାହାକିଛି ନିଷ୍ପତ୍ତି ନେବେ ।

ଏଣେ ଏସପିଙ୍କ ଏଭଳି କାଣ୍ଡକୁ ବିରୋଧ କରି ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି। କେନ୍ଦ୍ରାପଡ଼ାର ସାମ୍ବାଦିକମାନେ କଳାପଟି ମୁହଁରେ ବାନ୍ଧି ବିକ୍ଷୋଭ କରିଛନ୍ତି । ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବାଲେଶ୍ବରର ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ଭେଟି କେନ୍ଦ୍ରାପଡ଼ା ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଉଦଳାରେ ମଧ୍ୟ ସାମ୍ବାଦିକମାନେ ଥାନା ଆଗରେ ଧାରଣାରେ ବସିଥିଲେ।

୨୦ ତାରିଖରେ ପାଟକୁରା ନିର୍ବାଚନ । ଏତିକିବେଳେ ପାଟକୁରା ନିର୍ବାଚନ ପ୍ରଚାର ପାଇଁ ନବୀନଙ୍କ ଗସ୍ତ ବେଳେ ସାମ୍ବାଦିକଙ୍କୁ ମାଡ ମାରି କେନ୍ଦ୍ରାପଡା ଏସପି ଯେଉଁ କାଣ୍ଡ ଭିଆଇଛନ୍ତି ସେ ପ୍ରସଙ୍ଗକୁ ଏବେ ଗଣ୍ଠି କରିଛନ୍ତି ବିରୋଧି ।…

{"id":135161,"width":571,"height":418}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.