Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନହେଲେ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କଟାକ୍ଷ କରିଛନ୍ତି ବିରୋଧୀ

12/06/2019 at 7:21 PM

ଭୁବନେଶ୍ବର ୧୨/୬: ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନହେଲେ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଅ । ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କଟାକ୍ଷ କରିଛନ୍ତି ବିରୋଧୀ । ଏହା ଆଉ ଗୋଟିଏ ପଲଟିକାଲ ଷ୍ଟଣ୍ଟ ବୋଲି କହିଛି ବିଜେପି । କେନ୍ଦ୍ର ସରାକର ଅନେକ ଥର ଆର୍ଥିକ ଅନୁଦାନ ଦେଉଛନ୍ତି ହେଲେ ରାଜ୍ୟ ସରକାର ଏସବୁକୁ ଖର୍ଚ୍ଚ କରିପାରୁ ନାହାନ୍ତି। କିନ୍ତୁ କେବଳ ଦାବି ପରେ ଦାବି ରଖୁଛନ୍ତି ବୋଲି ବିଜେପି କହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏତେ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ  ସଦବୁଦ୍ଧି ଉଦୟ ହୋଇଛି। ଭାଲଭାବେ ଜାଣିଥିଲେ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମଳିବ ନାହିଁ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏହାକୁ ନେଇ ଖାଲି ରାଜନୀତି କରୁଥିଲା ବିଜେଡି ।

୧୯୯୦ରୁ ୨୦୧୯ ଭିତରେ ରାଜ୍ୟ ବାରମ୍ବାର ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର  ସମ୍ମୁଖୀନ ହେଉଛି । ପୂର୍ବ ଉପକୂଳ ଅତିକ୍ରମ କରୁଥିବା ୩୫ ବାତ୍ୟା ଓ ମହାବାତ୍ୟାର ପ୍ରଭାବ ରାଜ୍ୟ ଉପରେ ପଡୁଛି। ତେଣୁ ମୁଖ୍ୟମନ୍ତ୍ରୀ କିଛି ଭୁଲ ଦାବି କରିନାହାନ୍ତି । ଏହି ଦାବି ଯଥାର୍ଥ ବୋଲି ବିଜେଡି ଯୁକ୍ତି ବାଢ଼ିଛି । ସ୍ବତନ୍ତ୍ର ଫୋକସ ଷ୍ଟେଟର ମାନ୍ୟତା ମିଳିଲେ ରାଜ୍ୟ ଅଧିକ ଆର୍ଥିକ ସହାୟତା ପାଇବ,  ଯାହା ଫଳରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଅଧିକ ବିକାଶ ହୋଇପାରିବ ବୋଲି ଯୋଜନା ମନ୍ତ୍ରୀ କହିଛନ୍ତି ପଦ୍ମନାଭ ବେହେରା।

କେନ୍ଦ୍ର ସରକାର ବଦଳୁଛନ୍ତି କିନ୍ତୁ ରାଜ୍ୟସରକାର ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଦାବି ବାରମ୍ବାର କରିଥିଲେ ମଧ୍ୟ ଦାବି କେବଳ ଦାବିରେ ରହିଛି। ହେଲେ ଏବେ ବାରମ୍ବାର ବାତ୍ୟା ରାଜ୍ୟ ସମ୍ମୁଖୀନ ହୋଉଥିବାରୁ ସେହି ମାପ ଦଣ୍ଡ ଆଧାରରେ ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ଏହା ପୂରଣ ହେଉଛି କି ପୁଣି ରାଜନୀତିର ସ୍ଲୋଗାନ ହୋଇ ରହିଯାଉଛି ତାହା ଉପରେ ହିଁ ପ୍ରଶ୍ନଚିହ୍ନ।

   Related Posts