Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

୨୪ ଦିନ ପରେ ଅନଶନରୁ ଓହରିଲେ ପୁତିନ ବିରୋଧୀ ନେତା ଆଲେକ୍ସି ନଭାଲନୀ

23/04/2021 at 9:19 PM

ମସ୍କୋ : ପ୍ରାୟ ୨୪ ଦିନ ପରେ ଋଷିଆରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଚରମ ବିରୋଧୀ ଆଲେକ୍ସି ନଭାଲନୀ ଶୁକ୍ରବାର ଜେଲରେ ତାଙ୍କର ଅନଶନ ଭଙ୍ଗ କରିଛନ୍ତି।  ଏ ନେଇ ସେ ତାଙ୍କ ଇଂଷ୍ଟା ପୋଷ୍ଟରେ ସୂଚିତ କରିଛନ୍ତି। ଜେଲରେ ବନ୍ଦୀ ନଭାଲନୀଙ୍କ ହାତ ଓ ପାଦର ସମ୍ବେଦନା ସମାପ୍ତ ଅନୁଭବ କରିବାରୁ ଡାକ୍ତରୀ ଚିକିତ୍ସା ଦାବି କରିଥିଲେ। ହେଲେ ଜେଲରେ ଏହି ସୁବିଧା ଉପଲବ୍ଧ ନୁହେଁ ବୋଲି ତାଙ୍କୁ ସଫାସଫା ଶୁଣାଇ ଦିଆଯିବା ପରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ।

ଆମରଣ ଅନଶନ ତାଙ୍କ ଜୀବନ ଲାଗି ଘାତକ ହୋଇପାରେ ବୋଲି ମଧ୍ୟ ତାଙ୍କ ଚିକିତ୍ସକ କହିଥିଲେ। ତେବେ ସରକାର ତାଙ୍କ ସ୍ୱାସ୍ଥ୍ୟ ସେବା ଦାୟିତ୍ୱ ନେବା ପରେ ସେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ନେଇ ତାଙ୍କ ଇଂଷ୍ଟା ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏବେ ଜେଲ ଚିକିତ୍ସକଙ୍କ ବାଦେ ସେ ବାହାରୁ ଡାକ୍ତର ଡକାଇ ଜେଲରେ ନିଜର ଚିକିତ୍ସା କରିପାରିବେ ବୋଲି କହିଛନ୍ତି। ତାଙ୍କ ଦାବି ସରକାର ମାନିବା ପରେ ସେ ଅନଶନରୁ ଓହରିଛନ୍ତି। ତେବେ ଏଥିଲାଗି ୨୪ ଦିନ ତାଙ୍କୁ ଅହର୍ନିସି ଉପବାସରେ କଟାଇବାକୁ ପଡିଛି।

୪୪ ବର୍ଷିୟ ନଭଲନୀଙ୍କୁ ଚଳିତବର୍ଷ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ଅଢେଇବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ୨ ମାସ ପୂର୍ବେ ଯେତେବେଳେ ସେ ବାହାର ଡାକ୍ତରଙ୍କ ଦ୍ୱାରା ଜେଲରେ ତାଙ୍କ ଚିକିତ୍ସା ଲାଗି ନିବେଦନ କରିଥିଲେ ସେତେବେଳେ ତାଙ୍କ ଉପରେ ସମସ୍ତେ ହସିଥିଲେ। ହେଲେ ସେ ତାଙ୍କ ଦାବି ସରକାରଙ୍କୁ ସ୍ୱୀକାର କରିବାକୁ ବାଧ୍ୟ କରିଛନ୍ତି। ଏଥିଲାଗି ସେ ବିଶ୍ୱର ବିଭିନ୍ନ ଦେଶର ଲୋକଙ୍କ ସମର୍ଥନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ତେବେ ତାଙ୍କ ଦେଶ ମଧ୍ୟ ଗଣତାନ୍ତ୍ରିକ ରାସ୍ତାରେ ଧିରେ ଧିରେ ପ୍ରଗତି କରୁଥିବାର ସେ ଉଲ୍ଲେଖ କରିଛନ୍ତି। ଯାହା ଋଷିଆ ଲାଗି ଏକ ଶୁଭ ସଂକେତ ବୋଲି ସେ କହିଛନ୍ତି।

 ଦୁଇମାସ ପୂର୍ବେ କେହି ମୋର ଚିକିତ୍ସା କରିନଥିଲେ ମୋର ନିବେଦନକୁ ଥଟ୍ଟାପରିହାସ କରାଯାଇଥିଲା। ଏବେ ମୋର ଚିକିତ୍ସକୀୟ ଟିମ୍‌ ଜେଲକୁ ୨ଥର ଆସି ଚିକିତ୍ସା କରି ଫେରିଲେଣି ବୋଲି ନଭାଲନୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ ମାର୍ଚ୍ଚ ୩୧ ତାରିଖରୁ ଜେଲରେ ଆମରଣ ଅନଶନ ଆରମ୍ଭ କରିଥିଲେ।

   Related Posts