Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କିର୍ଗିଜସ୍ତାନରେ ବିଦ୍ରୋହ: ସରକାରୀ ଅଟ୍ଟାଳିକା ଦଖଲ କରି କ୍ଷମତା ଅଧିକାର କରିଥିବା ଦାବି କଲେ ବିରୋଧୀ

6/10/2020 at 6:02 PM

ଭିସକେକ ୦୬/୧୦: କିର୍ଗିଜସ୍ତାନ ରାଜଧାନୀ ଭିସକେକରେ ରବିବାର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଭାରି ବିରୋଧ ପ୍ରଦର୍ଶନ ଜାରି ରହିଛି। କହିବାକୁ ଗଲେ ଏହା ଉଗ୍ର ରୂପ ଧାରଣ କରିଛି। ପରିସ୍ଥିତି ଏଭଳି ଖରାପ ହୋଇଛି ଯେ ବିକ୍ଷୋଭକାରୀ ଦେଶର ସଂସଦ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। କେବଳ ସେତିକି ନୁହେଁ, ପ୍ରାୟ ଦୁଇ ହଜାର ଲୋକ ପୂର୍ବତନ ରାଷ୍ଟ୍ରପତି ଅଲମାଜବେକ ଅତମବୟେବଙ୍କୁ ଜେଲରୁ ମୁକୁଳାଇଛନ୍ତି। ଦେଶର ରାଷ୍ଟ୍ରପତି ସୁରନେବ ଜୀବନକୋଭଙ୍କ ଦାବି ଦେଶ ଏବେ ବି ତାଙ୍କ ନିୟନ୍ତ୍ରଣରେ ରହିଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଯେ ନିର୍ବାଚନରେ ଭୋଟରେ କେଉଁଠି କେଉଁଠି କିଛି ଭୁଲ ରହିଛି ଯାହା ବିରୋଧରେ ଏବେ ଆକ୍ରମଣାତ୍କମକ ପ୍ରଦର୍ଶନ ଜାରି ରହିଛି। ପୋଲିସ ସହିତ ଭୀଷଣ ଧସ୍ତାଧସ୍ତି ମଧ୍ୟ ହୋଇଛି ଲୋକଙ୍କର। ପୋଲିସ ଲୋକଙ୍କୁ ନିୟନ୍ତ୍ର​‌ଣରେ ଆଣିବା ପାଇଁ ପାଣି ତଥା ଟିୟର ଗ୍ୟାସ ମଧ୍ୟ ବ୍ୟବହାର କରିବାକୁ ବାଦ୍ ପଡ଼ି ନାହିଁ। ଭିଡ଼ ଦେଶର ସଂସଦ ଓ ପ୍ରେସଡେନସିଆଲ ଅଫିସରେ ପହଞ୍ଚିଲା। ହଜାର ହଜାର ଲୋକ ବାସଭବନକୁ ଘେରି ରହିଛନ୍ତି।

ସଂସଦ ଭବନ ସାମ୍ନାରେ ବିକ୍ଷୋଭକାରୀ ଜୋରଦାର ପ୍ରଦର୍ଶନ କରିଛନ୍ତି। ଏପରିକି କେତେକ ପ୍ରଦର୍ଶନକାରୀ ଗେଟ୍ ଭିତରକୁ ମଧ୍ୟ ପଶିଯାଇଛନ୍ତି। ଶହ ଶହ ଲୋକ ଗେଟ୍ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଏକ ନ୍ୟୁଜ ଏଜେନ୍ସି ଅନୁସାରେ ପ୍ରଦର୍ଶନକାରୀ ଜେଲରୁ କିର୍ଗିଜସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ଅନେକ ନେତାଙ୍କୁ ମୁକୁଳାଇଛନ୍ତି।

ପ୍ରାୟ ଶହ ଶହ ପ୍ରଦର୍ଶନକାରୀ ଜେଲରେ ବନ୍ଦି ଥିବା ନିଜ ନେତାଙ୍କୁ ଜୋରଜବରଦସ୍ତ ମୁକୁଳାଇ ଦେଇଛନ୍ତି। ଏହା ସହ ପରିସ୍ଥିତି କ୍ରମାଗତ ବିଗିଡ଼ି ଚାଲିଛି। ଏବେ ସୁଦ୍ଧା ୨୦ରୁ ଅଧିକ ପ୍ରଦର୍ଶନୀକାରୀ ଆହତ ହେଲେଣି।

ସୂଚନାଯୋଗ୍ୟ ଗତ ରବିବାର କିର୍ଗିଜସ୍ତାନରେ ନିର୍ବାଚନ ହୋଇଥିଲା। ଯେଉଁଥିରେ ଲୋକମାନେ ଅଭିଯୋଗ କରିଛନ୍ତି ଭୋଟରେ କିଛି ଗଡ଼ବଡ଼ ରହିଛି। ଏହାକୁ ପ୍ରତ୍ୟାହର କରିବା ସେମାନେ ଦାବି କରିଛନ୍ତି। ଏହା ସହ ଭୋଟ୍ ଶେଷ ପରେ ସଂସଦ ପହଞ୍ଚିଥିବା ଦଳକୁ ନେଇ ଲୋକ କ୍ରୋଧ ବ୍ୟକ୍‌ କରିଛନ୍ତି। ଯେଉଁଥରେ ଅଧିକାଂଶ ରାଷ୍ଟ୍ରପତି ଜିନକେକାବୋଙ୍କ ଘନିଷ୍ଠ ଥିଲେ। ହଜାର ହଜାର ଲୋକ ଏହା ବିରୋଧରେ ରାସ୍ତାକୁ ଓହ୍ଲାଥିଲେ।

   Related Posts