ଵାଲାକୋଟରେ କେତେ ଆତଙ୍କବାଦୀ ମାରିଥିବା ନେଇ ପ୍ରମାଣ ମାଗୁଛନ୍ତି ବିରୋଧୀ : "ଟାର୍ଗେଟ ଆମେ ହିଟ୍‌ କରିଛୁ ଗଣିବା କାମ ସରକାରଙ୍କର"- ବାୟୁସେନା

Published By : Prameya-News7 Bureau | March 04, 2019 IST

କାଶ୍ମୀର ୪/୩ : ପୁଲୱାମା ଘଟଣା ପରେ ଏହାକୁ ନେଇ ରାଜନୀତି କରିବେ ନାହିଁ ବୋଲି ଏକ ସ୍ବରରେ କହିଥିଲେ ରାଜନୈତିକ ଦଳର ନେତାମାନେ ଏବେ କିନ୍ତୁ ଧିରେ ଧିରେ ଏହା ରାଜନୈତିକ ମୁଦ୍ଦା ହେବାରେ ଲାଗିଲାଣି । ବାଲ୍‌କୋଟରେ କେତେ ଆତଙ୍କବାଦୀ ମରିଛନ୍ତି ଏନେଇ ବିଜେପି ସଂଖ୍ୟା ଦେଖାଉଥିବା ବେଳେ ବିରୋଧୀ ପ୍ରମାଣ ମାଗୁଛନ୍ତି। ଆଉ ନେତାଙ୍କର ଏମିତି ଆଚରଣ ଦେଖି ସେନା ବାଧ୍ୟ ହେଲା ମୁହଁ ଖୋଲିବାକୁ। ବାୟୁସେନା କହିଛି ଟାର୍ଗେଟ ଆମେ ହିଟ୍‌ କରିଛୁ ଗଣିବା କାମ ସରକାରଙ୍କର। …..

{"id":90664}

ବାଲାକୋଟରେ କେତେ ମରିଛନ୍ତି ତାର ହିସାବ କିଏ ଦେବ । ବିଜେପି ନେତାଏ ଯେମିତି କହି ବୁଲୁଛନ୍ତି ଆଉ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାଏ ଯେମିତି କୈଫିୟତ ମାଗି ଚାଲିଛନ୍ତି  ବାଲକୋଟ ଏୟାର ଷ୍ଟ୍ରାଇକ୍‌ ନେଇ ରାଜନୀତି ନିଆଁ ଜଳିଲାଣି, ତାହା ସ୍ପଷ୍ଟ ହେଲାଣି ।

{"id":90665}

ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଥିଲେ ଏ ସରକାର ଯେତିକି ମାରିଛି ପୂର୍ବରୁ କେହି ମାରିନଥିଲେ। ଆଉ ଅମିତ ଶାହାଙ୍କ କଥାରୁ ଖିଅ କାଢ଼ି କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ମାଗିଛନ୍ତି ପ୍ରମାଣ ଦିଅ। ସତରେ କେତେ ମିରିଛନ୍ତି ଠୋସ୍‌ ପ୍ରମାଣ ସହିତ କୁହ। ଶୁଣନ୍ତୁ ଅମିତ ଶାହା ଓ କଂଗ୍ରେସର ବୟାନ ବାଜି

{"id":90666}

ନେତାଙ୍କର ଏମିତି ବୟାନ ବାଜି ଦେଖି ବାଧ୍ୟ ହୋଇଛି ସେନା ମୁହଁ ଖୋଲିବାକୁ। ବାଲକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବିଏସ୍ ଧନୋଆ । ଯୋଜନା ମୁତାବକ ବାୟୁସେନାର ବିମାନ ଲକ୍ଷ୍ୟକୁ ହିଟ୍ କରିଛି । ଯଦି କେବଳ ଜଙ୍ଗଲରେ ବୋମା ପଡିଥାନ୍ତା ତେବେ ପାକିସ୍ତାନ ପାଲଟା ହମଲା କରି ନଥାନ୍ତା ।

{"id":90667}

ଏୟାର ଷ୍ଟ୍ରାଇକ୍ ରେ କେତେ ଜଣ ମରିଛନ୍ତି ତାହା ଗଣିବା ଆମ କାମ ନୁହଁ କହି ସିଧା ସରକାରଙ୍କ କୋର୍ଟକୁ ବଲ୍‌ ପକେଇ ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ରାଜକୋଟରେ ପୁଣି ବିରୋଧୀଙ୍କ ନୈତିକତା ଉପରେ ଉଠାଇଛନ୍ତି ପ୍ରଶ୍ନ ।

{"id":90668}

ବାଲକୋଟ ସେନାର ଅପରେସନ ଥିଲା । ଦେଶର ସୀମାକୁ ଡେଇଁ ହୋଇଥିଲା ଏହି ଅପରେସନ। ଏହା ଉପରେ ବୟାନବାଜି ଯେ ଦେଶ ବାହାରେ ଏହାର ପ୍ରଭାବ ପକାଇବ ଏକଥାକୁ ନେଇ ଆମ ନେତାମାନେ ସଚେତନ ନଥିବେ ବୋଲି କହିହେବନି। ତଥାପିବି ଏହା ଉପରେ ବୟାନ ଦେଇ ନିଜର ଛାତି ବାଡ଼େଇବା କିମ୍ବା ପ୍ରମାଣ ମାଗିବା ଦେଶର ସୁରକ୍ଷା ନୀତି ଉପରେ ପ୍ରଶ୍ନ ଉଠାଉନି ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.