ପର୍ଯ୍ୟଟନ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଯୁବତୀଙ୍କୁ ହାଇଦ୍ରାବାଦ ନେବା ପ୍ରସଙ୍ଗରେ କମ୍ପିଲା ଗୃହ : ବରଖାସ୍ତ ଦାବି

Published By : Prameya-News7 Bureau | November 28, 2019 IST

ଭୁବନେଶ୍ବର ୨୮।୧୧: ଗତକାଲି କଂଗ୍ରେସ ପ୍ରେସମିଟ୍ କରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଦୁଇ ଯୁବତୀଙ୍କୁ ନେଇ ସରକାରୀ ପଇସାରେ ହାଇଦ୍ରାବାଦ ଯାଇଥିବା କଥା ଉଠାଇଥିଲା । ଆଜି ଗୃହର ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏହି ପ୍ରସଙ୍ଗ ଉଠାଇବା ସହ କେଉଁ ପରୀପ୍ରେକ୍ଷୀରେ  ମନ୍ତ୍ରୀ ଏଭଳି କଲେ ତାର ସ୍ପଷ୍ଟୀକରଣ ଦାବି କରିଥିଲେ ।

{"id":190918,"sizeSlug":"large"}

ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇବା ପରେ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମନ୍ତ୍ରୀଙ୍କଠାରୁ ସମାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କରିଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ତାତ୍ସଲ୍ୟ ଓ କଟାକ୍ଷ କରି କହିଥିଲେ – ‘ଛି ! ମନ୍ତ୍ରୀ କଣ ଏମିତି କରନ୍ତି? ’

{"id":190919,"sizeSlug":"large"}

ସୁରେଶ ରାଉତରାୟଙ୍କ ଏଭଳି ତାତ୍ସଲ୍ୟ ସହ ତାଳ ଦେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ସାରଥୀ ଜଣେ ଯୁବତୀଙ୍କୁ ହାଇଦ୍ରାବାଦ ନେବା ଯୋଗୁଁ ଗିରଫ ହୋଇଥିଲେ । ମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଆଇନ ଲାଗୁ ହେବା ଆବଶ୍ୟକ ।

{"id":190920,"sizeSlug":"large"}

ଏ ପ୍ରସଙ୍ଗକୁ ଭିତ୍ତିକରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ ବୋଲି ବିରୋଧୀ ଦାବି କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.