Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପିପିଲି ପୀଡିତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପ୍ରସଂଗରେ ବିଜେଡି ବ୍ୟାକଫୁଟରେ : ମହାରଥୀଙ୍କ ବିରୋଧରେ ଖୁବ ଶିଘ୍ର ଆକ୍ସନ !

29/12/2018 at 5:20 PM

ଭୁବନେଶ୍ବର୨୯|୧୨: ମହାରଥୀଙ୍କୁ ନେଇ ବଢ଼ିଲା  ଅଡୁଆ। ମହାରଥୀ କ୍ଷମା ମାଗିବା ଏବଂ କ୍ରାଇମବ୍ରାଞ୍ଚ ହାଇକୋର୍ଟ ଗଲା ପରେ ବି ଥମୁନି ବିରୋଧୀଙ୍କ ଆନ୍ଦୋଳନ।  କଂଗ୍ରେସ ପରେ ଏବେ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ । ଆସନ୍ତା ୩୧ରେ କ୍ରାଇମ ବ୍ରାଞ୍ଚ ଅଫିସ ଘେରାଓ କରିବ ଦଳ । ବିଜେଡି ବିରୋଧୀଙ୍କ ଆନ୍ଦୋଳନକୁ ସିନା ରାଜନୀତି ବୋଲି କହୁଛି କିନ୍ତୁ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ମହାରଥୀଙ୍କୁ ନେଇ ଚିନ୍ତାରେ ବି ପଡିଛି । ମହାରଥୀଙ୍କ ଉପରେ  ଖୁବ ଶିଘ୍ର ଆକ୍ସନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।   

ପ୍ରଦୀପ ମହାରଥୀଙ୍କୁ ନେଇ ଅଡୁଆରେ ବିଜେଡି। ମହାରଥୀ କ୍ଷମା ମାଗିଲେ । ହାଇକୋର୍ଟ ଗଲା କ୍ରାଇମ ବ୍ରାଞ୍ଜ। ହେଲେ ବିରୋଧୀ ମାନିବାକୁ ନାରାଜବିଜେପି ଓ କଂଗ୍ରେସ ସିଧା ସରାକରଙ୍କୁ ଆଟାକ୍ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କ୍ରାଇମ ବ୍ରାଞ୍ଚ ରହିଛି । ହେଲେ ବେବିନା, ଇତିଶ୍ରୀ ଠାରୁ ଆରମ୍ଭ କରି କୁନ୍ଦୁଲି ପର୍ଯ୍ୟନ୍ତ ସବୁ ମାମାଲାରେ ଦୋଷୀ ନିର୍ଦ୍ଦୋଶରେ ଖଲାସ ହୋଇଯାଉଛନ୍ତି । ଏହା କେମିତି ସମ୍ଭବ ହେଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେପଟେ ମହାରଥୀ ବାରମ୍ବାର ବୟାନ ଦେଇ ମହିଳାଙ୍କ ପ୍ରତି ଅସମ୍ମାନ କରୁଥିଲେ ବି ମୁଖ୍ୟମନ୍ତ୍ରୀ ମୌନ ରହି ସୁରକ୍ଷା ଦେଉଛନ୍ତି। ତେଣୁ ଆସନ୍ତା ୩୧ରେ ବିଜେପି ମହିଳା ମୋର୍ଚ୍ଚା କଟକ କ୍ରାଇମବ୍ରାଞ୍ଚ ଆଫିସ ଘେରାଓ କରିବ। ଏପଟେ କଂଗ୍ରେସ ମହାରଥୀଙ୍କ ଇସ୍ତଫା ଜିଦରେ ଅଡି ବସିଛି।

ମୁଣ୍ଡ ଉପରେ ନିର୍ବାଚନ, ମହାରଥୀଙ୍କୁ ନେଇ ଏବେ ବିଜେଡି ଚିନ୍ତାରେ । ଦଳ ଏହି ପ୍ରସଙ୍ଗରେ ମାପୁଚୁପି ବୟାନ ଦେଉଛି। ଥରେ ନୁହେଁ ବାରମ୍ବାର ମହାରଥୀଙ୍କୁ ତୁଣ୍ଡ ପାଇଁ ଦଳକୁ ବାରମ୍ବାର ବିରୋଧୀ ଘେରୁଛନ୍ତି। ଦଳୀୟ ଚାପ​‌ରେ ମହାରଥୀ ପ୍ରାଥମିକ ଭାବେ ଭୁଲ ମାଗିଥିଲେ ବି ମହାରଥୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଗୋଟିଏ ଗୋଷ୍ଠୀ ଚାପ ପକାଉଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ତାର ଛବି ସ୍ବଚ୍ଛ ରଖିବାକୁ ମହାରଥୀଙ୍କ ଉପରେ ଆକ୍ସନ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ପିପିଲି ପୀଡିତା ପ୍ରସଙ୍ଗରେ ମହାରଥୀଙ୍କ ବିବାଦୀୟ ବୟାନଙ୍କୁ ନେଇ ବିଜେପି ଶୁକ୍ରବାର ୨୨ ଜିଲ୍ଲାରେ ଆନ୍ଦୋଳ କରିଥିଲା । ଆଜି ବାକି ଜିଲ୍ଲାରେ ଆନ୍ଦୋଳନ କରିଛି। ମନ୍ତ୍ରୀ ମହାରଥୀଙ୍କୁ ନେଇ ବିଜେଡି ବ୍ୟାକଫୁଟରେ ଥିବା ବେଳେ ମହାରଥୀଙ୍କ ଉପରେ ଖଣ୍ଡା ଝୁଲୁଛି

   Related Posts