ଦାରୁ ଫିକ୍ସିଂ ତଦନ୍ତ ଦାବି : Mudda (16.11.2018)

Published By : Prameya-News7 Bureau | November 17, 2018 IST

ଆଜିର ମୁଦ୍ଦା- ଦାରୁ ଫିକ୍ସିଂ ତଦନ୍ତ ଦାବି ସୁଭଦ୍ରାଙ୍କ ରଥର ମୁଖ୍ୟ ମହାରଣା ଗଣମାଧ୍ୟମରେ ବିବୃତ୍ତି ଦେବା ପରେ ପୁଣି ଜୋର ଧରିଛି ଦାରୁ ଫିକ୍ସିଂ ଓ  ନବକଳେବର ବିଭ୍ରାଟ ମାମଲା । କୃଷ୍ଣଚନ୍ଦ୍ର ମହାରଣା ଯେତେବେଳେ କହିଲେ ଯେ ୪ଟି ଯାକ ଦାରୁ ପୋଲା ପଡ଼ିଥିଲା  ଓ  ଦାରୁ ଚୟନରେ ଫିକ୍ସିଂ  କରାଯାଇଥିଲା ସେତେବେଳେ ତାହା ୩ ବର୍ଷ ତଳର ଚର୍ଚ୍ଚିତ ଘଟଣାକୁ ଆଗକୁ ଆଣିଛି ।  ଟଙ୍କା ନେଇ ଦଇତାପତି ସେବକ ଫିକ୍ସିଂ କରିଥିଲେ ବୋଲି ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ର  । ଏହି ଘଟଣା ୩ ବର୍ଷ ତଳର ଘାଆକୁ ପୁଣି ତାଜା କରିଦେଇଛି  ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।  ପରିସ୍ଥିତି ଏପରି ହୋଇଛି ଯେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି  ଆଇନ ମନ୍ତ୍ରୀ ଓ ଶଙ୍କରାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ଆଗକୁ ଆସି ବିବୃତ୍ତି ଦେଇଛନ୍ତି । ଆଜି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ଯେ ତାଙ୍କ  ପରାମର୍ଶ ନେଲେ ସବୁ ସମସ୍ୟାର ସମଧାନ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.