ମହିଳାମାନଙ୍କୁ ନେଇ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ : ବିଜେଡି

Published By : Prameya-News7 Bureau | November 06, 2021 IST

ଭୁବନେଶ୍ବର ୬।୧୧: ମହିଳାମାନଙ୍କୁ ନେଇ ଶସ୍ତା ରାଜନୀତି କରୁଛି ବିଜେପି । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଯୁବ ମୋର୍ଚ୍ଚାର ମହା ସଚିବ ଏଲିନା ଦାସ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି । ଇତିଶ୍ରୀ ଓ କୁନ୍ଦୁଲିର ଭିଡିଓ ଦେଖାଇ ବିଜେପିକୁ କଡା ସମାଲୋଚନା କରିଛି ବିଜେଡି । ନିମ୍ନ ସ୍ତରକୁ ଖସି ଶସ୍ତା ରାଜନୀତି କରୁଛି ବିଜେପି । ନିର୍ବାଚନ ସମୟରେ ନାରୀ ସୁରକ୍ଷାକୁ ପ୍ରସଙ୍ଗ ଉଠାନ୍ତି । ବିଜେପି ଅମାନୁଷିକ ଭାବେ କାର୍ଯ୍ୟ କରୁଛି । ତଥ୍ୟ ପ୍ରମାଣ ଦେଖାନ୍ତୁ ବୋଲି ବିରୋଧୀଙ୍କୁ ବିଜେଡି ଆହ୍ବାନ କରିଛି ।

ନିର୍ବାଚନ ଆସିଲେ ସେମାନଙ୍କୁ ପୀଡିତା ମହିଳାଙ୍କ କଥା ମନେ ପଡ଼ । ସେମାନଙ୍କ ମଧ୍ୟରେ ଗ୍ରୁପ ରହିଛି । ଗଣମାଧ୍ୟମରେ ରହିବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।  ଇତିଶ୍ରୀ ଓ କୁନ୍ଦୁଲି ପ୍ରସଙ୍ଗରେ ଆମେ ବିରୋଧୀଙ୍କ ଆଭିମୁଖ୍ୟ ଦେଖାଉଛୁ ।

ଇତିଶ୍ରୀଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ଏହାକୁ ନେଇ କଂଗ୍ରେସ ଓ ବିଜେପି ରାଜନୀତି କରୁଥିବା ନେଇ ଭିଡିଓ ଦେଖାଇଛି ଦଳ । ଏଥିରେ ସମ୍ପୃକ୍ତି ଅଭିଯୋଗ ଥିବା ନେତା ଜୟରାମ ପାଙ୍ଗିଙ୍କୁ ବିଜେପି ନିଜ ଦଳରେ ମିଶାଇ ଥିଲା ।  ସିବିଆଇ ତଦନ୍ତ ହେଲା । ହେଲେ ଫଳ କଣ ହେଲା । ୨୦୧୪ ନିର୍ବାଚନ ପୂର୍ବରୁ ଏହାକୁ ବିଜେପି ମୁଦ୍ଦା କରିଥିଲା । କିନ୍ତୁ କ’ଣ ହେଲା ବୋଲି ପ୍ରଶ୍ନ କରିଛି ବିଜେଡି ।

କୁନ୍ଦୁଲି ପୀଡିତାଙ୍କ ଭିଡିଓ ଦେଖାଇ ଉଭୟ ବିରୋଧୀଙ୍କୁ ବିଜେଡି ଟାର୍ଗେଟ୍ କରିଛି । ବିଜେପୁର ଉପନିର୍ବାଚନ ପାଇଁ ଏହାକୁ ବିରୋଧୀ ମୁଦ୍ଦା କରିଥିବା କହିଲା ଦଳ । ବିଜେପି ଓ କଂଗ୍ରେସ ପାଇଁ ପୀଡିତା ଜୀବନ ହାରିଲେ ।  ବିଜେପୁର ଉପ ନିର୍ବାଚନରେ କୁନ୍ଦୁଲି କାର୍ଡ ଖେଳି ଭୋଟ୍ ମାଗିଥିଲେ । ମାତ୍ର ତାଙ୍କୁ ସେଠିକାର ଜନତା ବରଖାସ୍ତ କରିଥିଲେ ।  ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ବଦନାମ ହେଉଛି । ମାତ୍ର ତାର ଚିନ୍ତା ବିରୋଧୀଙ୍କୁ ନାହିଁ ବୋଲି ବିଜେଡି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.