Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ମଦ ବ୍ୟବସାୟକୁ ନେଇ ସରକାରଙ୍କ ଦୋ ମୁହାଁ ନୀତି: ବିରୋଧୀ କହିଲେ ଆଭିମୁଖ୍ୟ ସ୍ପଷ୍ଟ କର…

22/07/2019 at 6:43 PM

ଭୁବନେଶ୍ବର୨୨|୭: ମଦ ପାଇଁ କମ୍ପିଛି ବିଧାନସଭା  । ମଦ କାରବାରକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ଫଷ୍ଟ ନୁହେଁ ବୋଲି ସରକାରଙ୍କୁ ଘେରିଛନ୍ତି ବିରୋଧୀ  । କହିଛନ୍ତି ସରକାର ଗୋଟପଟେ ମଦ କାରବାର କମ୍‌ କରିବା କଥା କହୁଛନ୍ତି ଏପଟେ ମଦ ବିକ୍ରି ଲାଗି ଦୋକାନୀଙ୍କୁ ପ୍ରୋତ୍ସାହନ ଦେବା କଥା ଘୋଷଣା କରୁଛନ୍ତି । ଏଥିରୁ ସରକାର ନିବୃତ ରହିବା କଥା । ସେପଟେ ରାଜ୍ୟରେ ମଦ ବନ୍ଦ ହେଲେ ସରକାର କେତେ କ୍ଷତି ସହିବେ ଓ କଣ ଲାଭ ଦେବ ତାର ଆକଳନ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ ବିରୋଧୀ ।

ମହିଳାଙ୍କ ଭୋଟ ପାଇ ସରକାର ବାରମ୍ବାର ଜିତୁଛନ୍ତି । ରାଜ୍ୟରେ ମଦ ବ୍ୟାନ ପାଇଁ ମହିଳା ଦାବି କରିଛନ୍ତି । ତେଣୁ ମହିଳାଙ୍କ ଦାବିକୁ ସମ୍ମାନ ଦେଇ ରାଜ୍ୟରେ ମଦ ବିକ୍ରି ବନ୍ଦ ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ରାଜ୍ୟରେ ମଦ କାରବାରକୁ ନେଇ ସରକାରଙ୍କୁ ଏମିତି ଘେରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ । ସିଧାସିଧା କହିଥିଲେ ରାଜ୍ୟ ସରକାର ମଦ କାରବାରକୁ ନେଇ ଦୋମୁହାଁ ନୀତି ଆପଣାଇଛନ୍ତି ।

ଗୋଟେ ପଟେ ସରକାର ମଦ ବିକ୍ରି କମ୍‌ ପାଇଁ ସଚେତନ କରିବା କଥା କହୁଛନ୍ତି । ଅନ୍ୟପଟେ ଦୋକାନୀ  ଅଧିକ ମଦ ବିକିଲେ ପୁରଷ୍କାର ଦିଆଯିବା କଥା କହୁଛନ୍ତି । ବିଧାନସଭାରେ ଅବକାରୀ ବିଭାଗର ପ୍ରଶ୍ନୋତ୍ତର ସମୟରେ ମଦକାରବାରକୁ ନେଇ ଏମିତି ଉଦବେଗ ପ୍ରକାଶ କରିଥିଲେ ଶାସକ ଓ ବିରୋଧୀ ସଦସ୍ୟ । ସରକାର ତୁରନ୍ତ କମିଟି କରି ମଦରୁ କେତେ ରାଜସ୍ବ ଆସୁଛି ଓ ବନ୍ଦ ହେଲେ କେତେ କ୍ଷତି ହେବ ତାର ଆକଳନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ରାଜ୍ୟରେ ବେଆଇନ ମଦ କାରବାର ଦିନକୁ ଦିନ ବଢିବଢି ଚାଲିଛି । ରାଜ୍ୟ ସରକାର ମଦରୁ ଗତ ବର୍ଷ ୩ ହଜାର ୯ଶହ ୨୫କୋଟି ୪୧ ଲକ୍ଷ ଟଙ୍କାର ରାଜସ୍ବ ପାଇଛନ୍ତି । ଅବକାରୀ ମନ୍ତ୍ରୀ କହିଛନ୍ତି, ପୁରସ୍କାର ଦେବା ସରକାରଙ୍କ ନିଷ୍ପତ୍ତି ନୁହେଁ , ଏହା ଷ୍ଟାଣ୍ଡିଙ୍ଗ କମିଟିର ସୁପାରିଶ । ରାଜ୍ୟ ସରକାର ୮ ବର୍ଷ ଧରି ମଦର ଅପକାରିତା ବିଷୟରେ ସଚେତନତା କରୁଛନ୍ତି । ଏ ବାବଦରେ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୦୬ ମସିହାରୁ ନୂଆ ମଦ ଦୋକାନ ପାଇଁ ଲାଇସେନ୍ସ ଦିଆଯାଇନାହିଁ ବୋଲି ଗୃହରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ।

ଅବକାରୀରୁ ରାଜ୍ୟସରକାର ଭଲ ରାଜସ୍ବ ପାଉଛନ୍ତି । ହେଲେ ରାଜ୍ୟରେ ମଦ କାରବାର ବନ୍ଦ କରିବାକୁ ସାରା ରାଜ୍ୟରେ ଆନ୍ଦୋଳନ ଦିନକୁ ଦିନ ବଢିବଢି ଚାଲିଛି । ତେବେ ସରକାର ଏନେଇ କିନ୍ତୁ ଚୁପ ।

   Related Posts