ଭୁବନେଶ୍ବର ସ୍କୁଲରେ ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ ଘଟଣା: ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ- ପ୍ରେଗନାଣ୍ଟଙ୍କ ସଂଖ୍ୟା ୪ରୁ କେମିତି ହେଲା ୧ ?

Published By : Prameya-News7 Bureau | July 02, 2019 IST

ଭୁବନେଶ୍ବର ୨|୭: ଭୁବନେଶ୍ବର ସ୍କୁଲ ହଷ୍ଟେଲରେ ଆଦିବାସୀ ବାଳିକାଙ୍କୁ ଗର୍ଭବତୀ ପ୍ରସଙ୍ଗ ନେଇ ବିଧାନସଭାରେ ହଙ୍ଗାମା ।  ଶୂନ୍ୟକାଳରେ ଏପ୍ରସଙ୍ଗ ଉଠାଇ ବିରୋଧି ପ୍ରଶ୍ନ କରିଛନ୍ତି ଏହାକଣ ବିଜେଡିର ମା’କୁ ସମ୍ମାନ । ସରକାରଙ୍କ ଏକ ସଂସ୍ଥା ପରୀକ୍ଷା କରି କହିଲା ୪ ଜଣ ଝିଅ ପ୍ରେଗନାଣ୍ଟ । ଦୁଇଦିନ ପରେ କିଭଳି ଏ ରିପୋର୍ଟ ବଦଳିଗଲା ଆଉ ଏବେ ସରକାର କହୁଛନ୍ତି କେବଳ ଜଣେ ଝିଅ ପ୍ରେଗନାଣ୍ଟ । ଏଥିରୁ ଜଣାପଡୁଛି ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଛି । ତେଣୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧି । ଏପର୍ଯ୍ୟନ୍ତ ଓଡିଶାରେ ସ୍କୁଲଝିଅଙ୍କୁ ପ୍ରେଗନାଣ୍ଟ ଘଟଣାରେ ୧୧୭ କେସ୍ ଦାଏର ହେଲାଣି । କିନ୍ତୁ ପ୍ରାୟ ସବୁ କେସ୍ ରେ ସରକାର ଝିଅର ପରିବାରକୁ ପ୍ରଲୋଭିତ କରି ହେଉ କିମ୍ବା ଚାପ ପକାଇ ହେଉ ରଫାଦଫା କରିବାକୁ ଯୋଜନା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

{"id":129869}

ଏହିପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଙ୍ଗ ଦାବିକରି ହଟ୍ଟଗୋଳ କରିଥିଲେ ବିରୋଧି । ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେବାକୁ ବାଚସ୍ପତି ନିର୍ଦେଶ ଦେବାପରେ ଗୃହ ସ୍ବାଭାବିକ ହୋଇଥିଲା । ତେବେ ମନ୍ତ୍ରୀ ଧରାଛୁଆଁ ଦେଉନାହାଁନ୍ତି । ବିଭାଗୀୟ କତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ମନ୍ତବ୍ୟ ରଖିବେ ବୋଲି ସୂଚନା ଦେଇଛନ୍ତି ।

{"id":129870}

ସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପ୍ରେଗନାଣ୍ଟ ରିପୋର୍ଟ ବଢି ଚାଲିଛି । କେତେବେଳେ କଳାହାଣ୍ଡି ତ କେତେବେଳେ କନ୍ଧମାଳ ପୁଣି କେତେବେଳେ ମୟୁରଭଞ୍ଜ ତ କେତେବେଳେ ଢେଙ୍କାନାଳରୁ ଏଭଳି ରିପୋର୍ଟ ଆସୁଛି । ବିରୋଧି ଏହା ସହିତ ସରକାରଙ୍କ ନିରବତାକୁ ଯୋଡିଛନ୍ତି । ସରକାରୀ ତଥ୍ୟ କହୁଛି ପ୍ରତିଦିନ ରାଜ୍ୟରେ ୭ ଜଣ ମହିଳାଙ୍କୁ ଦୁଷ୍କର୍ମ ହେଉଛି । କିନ୍ତୁ ବର୍ଷକୁ ଦଣ୍ଡ ପାଉଛନ୍ତି ମୋଟରୁ ୬ ଜଣ । ଯେଉଁଥିପାଇଁ ଏଭଳି ଘଟଣାମାନ ହେଉଛି ବୋଲି ବିରୋଧି ଅଭିଯୋଗ କରୁଛନ୍ତି ।

{"id":129871}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.