Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

କୁଆଡେ ଗଲା ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ, ୨୫ଶହ ଟଙ୍କା ଧାନର ଏମଏସପି…? କୃଷି ଓ କୃଷକଙ୍କ ସମ୍ପର୍କରେ ବିରୋଧୀ କଲେ ପ୍ରଶ୍ନ ପରେ ପ୍ରଶ୍ନ

2/07/2019 at 6:50 PM

ଭୁବନେଶ୍ବର୨|୭: ଜଳ ସେଚନ ଦିଗରେ ରାଜ୍ୟ ସରକାର ସମ୍ପୂଣ୍ଣ ଫେଲ। କୋଲଡ ଷ୍ଟୋରେଜ ନାହିଁ।  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା ଦିଅ। ଏପରିକି ୨୦୦୬ ମସିହାରୁ ସରକାର ଦେଇଥିବା ପ୍ରତିଶ୍ରୁତ ଏପର୍ଯ୍ୟନ୍ତ ପୂରଣ ହୋଇନି। ପ୍ରତିବ୍ଲକକୁ ୩୫ପ୍ରତିଶତ ଜଳସେଚନ ହୋଇନି, ଜଳ ସେଚନ ହୋଇଥିବା ଗାଁକୁ ୫ଲକ୍ଷ ଟଙ୍କା କୁଆଡେ ଗଲା। କେବିକେ ଦ୍ବତୀୟ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପ୍ରତିଶ୍ରୁତି କୁଆଡେ ଗଲା କହି ଆଜି ବିଧାନସଭାରେ ସରକାରଙ୍କୁ ଘରିଥିଲେ ବିରୋଧୀ ।

ଏପିରିକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୪୪ ଟଙ୍କା କରିବାକୁ ବିଧାନସଭାରେ ନିଷ୍ପତି ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରିଲା ନାହିଁ। ଏପରିକି ଏମଏସପି ୧୭୫୦ ଟଙ୍କାରେ ବି ଚାଷୀ ଧାନ ବିକି ପାରୁ ନାହିଁ। ପଡୋଶୀ ଛତିଶଗଡ ସରକାର ଧାନ କୁଇଣ୍ଟାଲ ପ୍ରତି ୨୫ଶହ ଟଙ୍କାରେ କରିଣୁଛନ୍ତି। ଯଦି ରାଜ୍ୟ ସରକାର ୨୫ଶହ ଟଙ୍କା ଧାନର ଏମଏସପି କରନ୍ତେ  ତାହେଲେ କଳିଆ ଯୋଜନା ଦରକାର ପଡିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ  ମିଶ୍ର।

ଏପରିକି ବୀମା ଟଙ୍କା ବି ଚାଷୀ ମାନେ ପାଉନାହାନ୍ତି। ଧାନର ଅଭାବି ବିକ୍ରୀ ହେବା ସହିତ ଧାନ ମଣ୍ତିରେ ଧାନ ପଡି ରହି ଗଜା ହୋଇଛି। ଧାନ ମଣ୍ତି ଖୋଲିନି ବୋଲି ଅଭିଯୋଗ କରିଥି​‌ଲେ ବିଜେପି ବିଧାୟକ।  ଏପଟେ କୃଷି ମନ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି ଯେ କୃଷି ବଜେଟ ୩ ଗୁଣା ବଢ଼ିଛି। ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରାକର ସମସ୍ତ ପ୍ରକାର ପ୍ରାୟସ କରୁଛନ୍ତି। ସରକାର୧୦ଲକ୍ଷ ହେକ୍ଟର ଚାଷ ଜିମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଥିଲେ ସରକାର । ସେଥିମଧ୍ୟରୁ ୯ଲକ୍ଷହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା କରିଛନ୍ତି ବୋଲି କୃଷି ମନ୍ତ୍ରୀ ଉତ୍ତର ରଖିଛନ୍ତି।         

   Related Posts