Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ସଂସଦରେ ବିରୋଧୀଙ୍କ ପ୍ରଶ୍ନ, ଲକ୍‌ଡାଉନ୍‌ରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ? ସରକାରଙ୍କ ଜବାବ-‘ଜଣାନାହିଁ’

14/09/2020 at 3:58 PM

ନୂଆଦିଲ୍ଲୀ ୧୪/୦୯ : ସୋମବାର ଠାରୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସଂସଦରେ ବିରୋଧୀ ଲଗାତାର ସରକାରଙ୍କୁ ପ୍ରଶ୍ନ କରିଛି । ଜଣେ ସାଂସଦ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲାଗୁ ହୋଇଥିବା ୬୮ ଦିନିଆ ଲକଡାଉନରେ କେତେଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ? ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଥିଲେ ଯେ ତାର କୌଣସି ତାଲିକା ନାହିଁ । କାରଣ ତାର ତଥ୍ୟ ଯୋଗାଡ଼ କରାଯାଇନାହିଁ ।

ଏହାପରେ ବିରୋଧୀ ପ୍ରଶ୍ନ କରିଥିଲେ, ସରକାର ସମସ୍ତ ରାସନ କାର୍ଡ ଧାରକଙ୍କୁ ଫ୍ରିରେ ରାସନ ଦିଆଯାଇଛି ? ଯଦି ଦିଆଯାଇଛି ତାହେଲେ ତାର ସୂଚନା ଦିଅନ୍ତୁ । ଏହି ପ୍ରଶ୍ନ ଉପରେ ମନ୍ତ୍ରାଳୟ ତରଫରୁ ପ୍ରତ୍ୟକ ରାଜ୍ୟ ଅନୁଯାୟୀ ସୂଚୀ ଉପଲବ୍ଧ ନଥିବା କୁହାଯାଇଥିଲା । କିନ୍ତୁ ୮୦ କୋଟି ଲୋକଙ୍କୁ ୫ କିଲୋ ଅତିରିକ୍ତ ଚାଉଳ କିମ୍ବା ଗହମ, ଗୋଟିଏ କିଲୋ ଡାଲି, ନଭେମ୍ବର ମାସ ଯାଏଁ ଦେବାକୁ କୁହାଯାଇଥିଲା ।

ଲୋକସଭା ଇତିହାସରେ ପ୍ରଥମଥର ପାଇଁ ମୌସୁମୀ ଅଧିବେଶନରେ ଲୋକସଭାରେ ସାମିଲ ହୋଇଥିବା ସାଂସଦଙ୍କୁ ନିଜ ଆସନରେ ବସି କହିବାକୁ ଅନୁମତି ଦିଆଯାଇଥିଲା । ପ୍ରଥମଥର ଲୋକସଭା ସଦସ୍ୟ ରାଜ୍ୟସଭାରେ ବସି ସଂସଦ କାର୍ଯ୍ୟନିର୍ବାହୀ ପରିଷଦରେ ଯୋଗ ଦେଇଥିଲେ । କରୋନା ମହାମାରୀ ପ୍ରସାର ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସାଂସଦଙ୍କୁ ନିଜ ଆସନରେ ବସି କହିବାକୁ ଅନୁମତି ଦେଇ ଲୋକସଭା ଅଧ୍ୟକ୍ଷ ଓଁ ବିଡଲା କହିଥିଲେ ଯେ, ଏହି ମୌସୁମୀ ଅଧିବେଶନରେ ସମସ୍ତ ସାଂସଦ ଛିଡା ନ ହୋଇ ନିଜ ଆସନରେ ବସି କହିବେ । ଏହା ପୂର୍ବରୁ ସଂସଦରେ ସମସ୍ତ ସାଂସଦ କହିବା ପୂର୍ବରୁ ଛିଡା ହେଉଥିଲେ । ଏହା ଆସନ ପ୍ରତି ସମ୍ମାନର ପ୍ରତୀକ । 

ସଂସଦରେ ସଦସ୍ୟଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଆସନ ଆଗରେ ପ୍ଲାଷ୍ଟିକ ଶିଲ୍ଡ କଭର ଲଗାଯାଇଥିଲା । ଆସନ ପରିବର୍ତ୍ତନ ଯୋଗୁଁ ନିଜ ନିଜ ସ୍ଥାନରେ ପହଞ୍ଚିବାକୁ ସଦସ୍ୟଙ୍କୁ ଲୋକସଭା କର୍ମୀ ସାହାଯ୍ୟ କରିଥିଲେ । ଲୋକସଭାରେ ପାଖାପାଖି ୨୦୦ ସଦସ୍ୟ ଉପସ୍ଥିତ ଥିଲେ । ପ୍ରାୟ ୫୦ ସଦସ୍ୟ ଗ୍ୟାଲେରିଆରେ ଉପସ୍ଥିତ ଥିଲେ ।

   Related Posts