ଭୁବନେଶ୍ବର ୧୦|୧୨: ୫ ରାଜ୍ୟର ନିର୍ବାଚନ ଫଳାଫଳ ବାହାରିବା ଏବଂ ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଦିଲ୍ଲୀରେ ଆଜି ଏକାଠି ହୋଇଛନ୍ତି ବିରୋଧୀ ମେଣ୍ଟ । ଚନ୍ଦ୍ରବାବୁ ନାଇଡୁଙ୍କ ସଂଯୋଜନାରେ ମୋଦି ବିରୋଧୀ ନେତାମାନେ ଏକାଠି ହୋଇଥିବାବେଳେ ଆଜି ଏଥିରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେପଟେ କେନ୍ଦ୍ରୀ ମନ୍ତ୍ରିମଣ୍ଡଳରୁ ଆଜି ଇସ୍ତଫା ଦେଇ ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱା। ଏତିକିବେଳେ ବିଜେପି ପାଇଁ କେବଳ ଆଶ୍ବାସନାହୋଇଛି ବିଜେଡି।
{"id":62688}
ପୂର୍ବ ଶତ୍ରୁତା ଭୁଲିଲେ। ମୋଦି ବିରୋଧରେଏକାଠି ହେଲେ । ଦିଲ୍ଲୀ ରାଜନୀତି ଏବେ ଏମିତି ଗତି କରିଛି। ପୂର୍ବରୁ ଯେଉଁମାନେ କଂଗ୍ରେସ ବିରୋଧରେଗର୍ଜନ ତର୍ଜନ କରିଥିଲେ ଏବେ ମୋଦି ବିରୋଧରେ କଂଗ୍ରେସ ସହିତ ହାତ ମିଳେଇଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଚନ୍ଦ୍ରବାବୁ ନାଇଡୁଙ୍କ ସଂଯୋଜନାରେ ଏକାଠି ହୋଇଛନ୍ତି ମୋଦି ବିରୋଧୀ ନେତମାନେ ମମତା, ଫାରୁକ, ଶରଦ,ବାମ ସହିତ କଂଗ୍ରେସ ଆଜି ଏକାଠି ହୋଇଛନ୍ତି । ପୂର୍ବରୁ ଛକିପାଞ୍ଚି ହେଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ଆଜି ଚନ୍ଦ୍ରବାବୁଙ୍କ ମହାମେଣ୍ଟରେ ମିଶିଛନ୍ତି। ସେପଟେ ଆଜି କେନ୍ଦ୍ରମନ୍ତ୍ରି ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱା। ସେ ବି ବିରୋଧୀଙ୍କ ମେଣ୍ଟରେ ହାତ ମିଳାଇବାର ସଙ୍କେତ ଦେଇଛନ୍ତି।
କାଲି ଆରମ୍ଭ ହେଉଛି ସଂସଦର ଶୀତ କାଳିନ ଅଧିବେଶନ।କାଲି ମଧ୍ୟ ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଜଣା ପଡ଼ିଯିବ ସେମିଫାଇନାଲରେ ମୋଦି ବିରୋଧୀ ମେଣ୍ଟର ହାତମୁଠା ଟାଣ ହେଉଛି ନା ମୋଦିଙ୍କ ଗର୍ଜନ ଆଗରେ ଫିକା ପଡ଼ିଯାଇଛନ୍ତି ବିରୋଧୀ। ତେବେ ଏହାପୂର୍ବରୁ ଏମାନେ ହାତ ମିଳାଇ ୧୯ ପାଇଁ ସିଗନାଲ ଛାଡ଼ିଛନ୍ତି । ଏତିକିବେଳେ ବିଜେପି ତାତ୍ସଲ୍ୟ କରିଛିଯେ ମହାମେଣ୍ଟ ସ୍ପଷ୍ଟ କରୁ କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ।
{"id":62690}
ମୋଦିଙ୍କ ବିରୋଧରେ ନେତାମାନେ ରଣହୁଂକାର ଦେଉଥିବାବେଳେ ଧିରେ ଧିରେ କଣଠେସା ହୋଇଯାଉଛି ବିଜେପି। ଏତିକିବେଳେ କେବଳ ବିଜେଡି ହିଁ ମହାମେଣ୍ଟରେ ଯୋଗଦେଇନାହିଁ । ବିଜେଡି କହୁଛି ଡାକରା ଆସିନି । କିନ୍ତୁ ମହାମେଣ୍ଟ ଆଶା ରଖିଛି ନିର୍ବାଚନ ସରିଲେ ବିଜେଡିବି ଯିବ । ଆଉ ବିଜେପି ବିଜେଡିର ମୁଭ୍ ଉପରେ ତୀକ୍ଷ୍ନ ନଜର ରଖିଛି । ଆଜିର ବୈଠକରେ ତିନିଟି ମୁଖ୍ୟ ଏଜେଣ୍ଡା ରହିଛି ବିମୁଦ୍ରୀକରଣ ବିରୋଧରେ ସ୍ବର ଉଠାଇବା । ସଂସଦ ବା ଗଣତନ୍ତ୍ର ବଞ୍ଚାଇବା ପାଇଁ ନାରାଦେବା । ତେବେ ଏହି ବୈଠକରେ ଉତ୍ତରପ୍ରଦେଶର ଦୁଇ ଦଳ ବିଏସପି ଏବଂ ଏସପି ଦୂରେଇ ରହିଛନ୍ତି।