Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିଜେପିକୁ ସୁହାଇଲାଭଳି ନିର୍ବାଚନ ତାରିଖ ସ୍ଥିର ହୋଇଥିବା ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କଲେ ବିରୋଧୀ

11/03/2019 at 4:16 PM

ଦିଲ୍ଲୀ ୧୧/୩ : ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି | ଗତଥର ୯ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିବାବେଳେ ଚାଳିତଥର ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଓଡିଶା, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ନିର୍ବାଚନ ତାରିଖ ବିଜେପି ପାଇଁ କେବଳ ଅନୁକୂଳ ବୋଲି ମନ୍ତବ୍ୟ ଦେଇଛନ୍ତି ବିରୋଧୀ |


ନିର୍ବାଚନ ବିଶ୍ଳେଷକ ଏବଂ ସ୍ୱରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ ପଶ୍ଚିମବଙ୍ଗରେ ୫ଟି ବଦଳରେ ୭ଟି ପର୍ଯ୍ୟାୟ, ଓଡିଶାରେ ୨ଟି ବଦଳରେ ୪ଟି ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ୪ଟି ପର୍ଯ୍ୟାୟ ନିର୍ବାଚନକୁ ନେଇ ପ୍ରଶ୍ନ କରିଛନ୍ତି | ଏଥିସହ ପଞ୍ଜାବ, ହରିୟାଣା, ଦିଲ୍ଲୀରେ ନିର୍ବାଚନ ମେ ମାସରେ କରାଯିବା ନେଇ ପ୍ରଶ୍ନ କରିଛନ୍ତି ଯୋଗେନ୍ଦ୍ର | ଅପରପକ୍ଷରେ ଜାମ୍ମୁ କାଶ୍ମୀର କେବଳ ଲୋକସଭା ନିର୍ବାଚନ ହେବ | ସୁରକ୍ଷା ଦୃଷ୍ଟିରୁ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି | ଏନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧୀ |


ଯୋଗେନ୍ଦ୍ର ଯାଦବଙ୍କ ଛଡା ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଟ୍ୱିଟ କରିଛନ୍ତି ଯେ, “କ’ଣ ମୋଦି ନିଜ ନିର୍ବାଚନ ପ୍ରଚାର ତାରିଖ ନିର୍ବାଚନ ଆୟୋଗକୁ ପଠାଇଥିଲେ ? ନିର୍ବାଚନ ଆୟୋଗ ମୋଦିଙ୍କ ହିସାବରେ ତାରିଖ ଘୋଷଣା କରିଛନ୍ତି ? ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ କେବେ ହୋଇଥିଲା କି ?”


ଆରଜେଡି ସାଂସଦ ମନୋଜ ଝା କହିଛନ୍ତି ଯେ, କ୍ଷମତାସୀନ ଦଳ ସପକ୍ଷରେ ନିର୍ବାଚନ ତାରିଖ କରିବାକୁ ପ୍ରୟାସ କରାଯାଇଛି | କ୍ଷମତାସୀନ ଦଳ ଚାପରେ ନିର୍ବାଚନ ତାରିଖ ସ୍ଥିର ହୋଇଛି, ଏହା ବୁଝିବା ପାଇଁ ରକେଟ ସାଇନ୍ସ ଦରକାର ନାହିଁ ବୋଲି କହିଛନ୍ତି ମଣିଜ ଝା | ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗୋଟିଏ ମଂଚରେ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଆକ୍ଷେପ କରି କହିଛନ୍ତି ଝା |


ନିର୍ବାଚନରେ ବିଜେପି ପାଇଁ ବହୁତ ମହତ୍ଵପୁର୍ଣ ଓଡିଶା | ଗତ କିଛି ବର୍ଷ ପରେ ପ୍ରଥମଥର ପାଇଁ ବିଜୁ ଜନତା ଦଳ ବିରୋଧରେ ବିଜେପି କଡା ଟକ୍କର ଦେବ ବୋଲି ଆଲୋଚନା ହେଉଛି | ଓଡିଶାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ | କିନ୍ତୁ କଂଗ୍ରେସ ଦଳରେ ସେଭଳି ଆକ୍ରମଣାତ୍ମକ ସ୍ଥିତି ଦେଖିବାକୁ ମିଳୁନାହିଁ | କଂଗ୍ରେସ ତୁଳନାରେ ବିଜେପିରେ ଅଧିକ ଜୋସ ଦେଖିବାକୁ ମିଳିଛି |ଏଭଳି ସ୍ଥିତିରେ ବିଜେପି ନିଜ ସ୍ଥିତି ଆହୁରି ମଜବୁତ କରିବା ପାଇଁ ସବୁମତେ ଉଦ୍ୟମ ଜାରୀ ରଖିଛି । ଏହି କ୍ରମରେ ନିର୍ବାଚନ ତାରିଖ ମଧ୍ୟ ଦଳକୁ ସୁହାଇଲାଭଳି ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ବିଜେଡି ଆଜି ବିଧିବଦ୍ଧଭାବେ ଅଭିଯୋଗ କରିଛି । ପୂର୍ବରୁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ଏଥର କାହିଁକି ୪ଟି ପର୍ଯ୍ୟାୟରେ ବୋଲି ପ୍ରଶ୍ନ ଉଠିଛି ।


ଗତ ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଟି ଆସନ ମଧ୍ୟରୁ ବିଜେଡି ୨୦ଟି ଆସନରେ ବିଜୟୀ ହୋଇଥିଲା | ବିଜେପି ସୁନ୍ଦରଗଡ଼ ଆସନରେ ବିଜୟୀ ହୋଇଥିଲା | ଅପରପକ୍ଷରେ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇନଥିଲା | ଓଡିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି | ନିର୍ବାଚନ ଯେତେ ଅଧିକ ପର୍ଯ୍ୟାୟରେ ହେବ ବିଜେପି ପାଇଁ ସେତେ ଅଧିକ ଭଲ ହେବ ବୋଲି କହିଛନ୍ତି ବିଶ୍ଳେଷକ |

   Related Posts