Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ପୁରୀ ପେଣ୍ଠକଟା ବସ୍ତିରେ ଉତ୍ତେଜନା: ଟେଷ୍ଟିଂ ଟିମ୍‌କୁ ବିରୋଧ..

26/07/2020 at 2:58 PM

ପେଣ୍ଠକଟା୨୬/୭: ପୁରୀ ପେଣ୍ଠକଟା ବସ୍ତିରେ ଉତ୍ତେଜନା। ଏହି ବସ୍ତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ୪ଟି ୱାର୍ଡର ୧୫ଟି ସ୍ଥାନରେ ବ୍ଲକିଂ କରାଯାଇଛି। ଏହାସହ ଏହି ଅଞ୍ଚଳକୁ ୮ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପେଣ୍ଠକଟା ବସ୍ତି ଅଞ୍ଚଳରେ ଟେଷ୍ଟିଂ କୁ ବୃଦ୍ଧି କରିବା ପାଇଁ ସ୍ବାବ୍ ସଂଗ୍ରହ କରିବାକୁ ଆସିଥିବା ଟିମ୍‌କୁ ଅସହଯୋଗ ଏବଂ ବିରୋଧ ପରେ ପୋଲିସ୍ ପହଁଞ୍ଚି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। କିଛି ଅମାନିଆ ଯୁକ୍ତିତର୍କ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଉଲ୍ଲଂଘନ କରି ବହୁ ସଂଖ୍ୟାରେ ଏଠାରେ ବସବାସ କରୁଥିବା ଲୋକେ ରାସ୍ତା ଉପରକୁ ପଳାଇ ଆସିଥିଲେ। ବହୁ ବୁଝାସୁଝା ପରେ ମଧ୍ୟ ସେମାନେ ନହଟିବାରୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା। ଘଟଣାସ୍ଥଳରେ ପୁରୀ ଏସପିଙ୍କ ସହ ଅତିରିକ୍ତ ଏସ୍‌ପି ଏବଂ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପରିସ୍ଥିତି ଶାନ୍ତ ପଡିଥିଲା।

   Related Posts